Hot Posts

6/recent/ticker-posts

କଳାହାଣ୍ଡି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭବାନୀପାଟଣା, ୦୪/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ କଳାହାଣ୍ଡି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଭବାନୀପାଟଣା ଅନ୍ତର୍ଗତ ଦୁଆରଶୁଣୀସ୍ଥିତ ହାଇଟେକ ପବ୍ଲିକ ସ୍କୁଲ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଜଜ୍ (ପୋକ୍ସୋ) ଶ୍ରୀ ରାଜୀବ ଲୋଚନ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରଜାତିର ଚାରା ରୋପଣ କରାଯାଇଥିଲା। ପରିବେଶ ସୁରକ୍ଷା ଏବଂ ସବୁଜିମା ବୃଦ୍ଧି ପାଇଁ ବୃକ୍ଷରୋପଣର ଗୁରୁତ୍ୱ ଉପରେ ଉପସ୍ଥିତ ଅତିଥିମାନେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜଜ୍ ତଥା ସ୍ୱତନ୍ତ୍ର ଜଜ୍ (ଦୁର୍ନୀତି ନିବାରଣ) ଶ୍ରୀ ବଦ୍ରୀ ନାରାୟଣ ନନ୍ଦ, ଜିଲ୍ଲା ଫ୍ୟାମିଲି କୋର୍ଟ ଜଜ୍ ଶ୍ରୀମତୀ ରାଜଶ୍ରୀ ମହାପାତ୍ର, ବରିଷ୍ଠ ଦେୱାନୀ ଜଜ୍ ଶ୍ରୀମତୀ ସୁଦୀପ୍ତା ଦେହୁରୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସ୍ନିଗ୍ଧା ପଣ୍ଡା, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଅନୁରାଧା ଶର୍ମା, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ପୂଜା ପ୍ରିୟଦର୍ଶିନୀ ପତି ଓ ଅର୍ଚ୍ଚନା ମଲ୍ଲିକଙ୍କ ସମେତ ଅନ୍ୟାନ୍ୟ ବିଚାର ବିଭାଗୀୟ ଅଧିକାରୀ, ବନ ବିଭାଗର ଅଧିକାରୀ, ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ ଏବଂ ସ୍କୁଲର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ। ବନ ବିଭାଗର କର୍ମକର୍ତ୍ତା ଓ ସଦର ଥାନା ଭବାନୀପାଟଣାର ପୁଲିସ କର୍ମଚାରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟର ସହ-ଅଧ୍ୟକ୍ଷ ଭି. ସୁରେନ୍ଦ୍ରନାଥ, ବରିଷ୍ଠ ଶିକ୍ଷକ ଶ୍ରୀ ଶିବରାମ ମିଶ୍ର ଏବଂ ପ୍ରଶାସନିକ ଅଧିକାରୀ ପ୍ରଶାନ୍ତ କୁମାର ମିଶ୍ର ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ