Hot Posts

6/recent/ticker-posts

ଦୁଇ ଦିନ ହେଲାଣି ଅନ୍ଧାରରେ ରାଇଗୁଡ଼ା ଗ୍ରାମବାସୀ.?

ଫିରିଙ୍ଗିଆ, ୦୪/୦୭ ( ବାଳକୃଷ୍ଣ କହଁର ) : ଗତ ତା:୩୦/୦୬/୦୨୬.ରିଖ ବୁଧବାର ଦିନ ଠାରୁ ଲଗାଣ ବର୍ଷା ହେବା ଯୋଗୁଁ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସେବା ଠପ୍ ହୋଇଯାଇଛି। ଯାହା ଫଳରେ ଏହି ଅଞ୍ଚଳର ଜନସାଧାରଣଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳୁଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଲୁଇସିଂ ପଞ୍ଚାୟତ ଅନ୍ତର୍ଗତ ରାଇଗୁଡ଼ା ଗ୍ରାମରେ। ଏହି ଗ୍ରାମରେ ୯୦ ରୁ ଉର୍ଦ୍ଧ୍ବ ଆଦିବାସୀ ପରିବାର ବସବାସ କରନ୍ତି।ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ଏହି ଅଞ୍ଚଳରେ ବିଦ୍ୟୁତ୍ ସେବା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏନେଇ ଫିରିଙ୍ଗିଆ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ କନିଷ୍ଠ ଯନ୍ତ୍ରୀ ପପୁ ଡାକୁଆ ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ୍ ରିସିଭ୍ କରୁ ନାହାଁନ୍ତି। ସରକାର କେବେ ସମାଧାନ କରବେ ତାହା ଦେଖିବାକୁ ବାକି ରହିଲା।


କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ