Hot Posts

6/recent/ticker-posts

କଳାହାଣ୍ଡିରେ ୧୦୮ ଆମ୍ବୁଲାନ୍ସର ଅବହେଳା ଅଭିଯୋଗ: ୩ ଘଣ୍ଟା ବିଳମ୍ବ ପରେ ହସ୍ପିଟାଲରେ ରୋଗୀ ମୃତ ଘୋଷିତ

କଳାହାଣ୍ଡି, ୦୯/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲାରେ ୧୦୮ ଆମ୍ବୁଲାନ୍ସ ସେବାକୁ ନେଇ ଏକ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ଗୋହିରାପଦର ରେଳ ଫାଟକ ନିକଟରେ ରୋଗୀଙ୍କୁ ନେଇ ଯାଉଥିବା ୧୦୮ ଆମ୍ବୁଲାନ୍ସଟି ଯାନ୍ତ୍ରିକ ତ୍ରୁଟି (ପଞ୍ଚର୍) ଯୋଗୁଁ ରାସ୍ତା ମଝିରେ ପ୍ରାୟ ତିନି ଘଣ୍ଟା ଧରି ଅଟକି ରହିଥିଲା। ପରେ ଅନ୍ୟ ଏକ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ରୋଗୀଙ୍କୁ ସ୍ଥାନାନ୍ତର କରି ହସ୍ପିଟାଲକୁ ନେଇଥିଲା। ତେବେ ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ରୋଗୀ ରିୟାଙ୍କୁ ମୃତ ଘୋଷଣା କରିଥିଲେ।ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଲୋକେ ୧୦୮ ଆମ୍ବୁଲାନ୍ସ ସେବାର ପରିଚାଳନା ଓ ଜରୁରୀକାଳୀନ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଯଦି କୌଣସି ପ୍ରକାର ଅବହେଳା ପ୍ରମାଣିତ ହୁଏ, ତେବେ ସମ୍ପୃକ୍ତ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।



ରିପୋର୍ଟ: ବିଷ୍ଣୁ ଚରଣ ସ୍ୱାଇଁ, କଳାହାଣ୍ଡି ଜିଲ୍ଲା ପ୍ରତିନିଧି।