Hot Posts

6/recent/ticker-posts

ପାଠ୍ୟପୁସ୍ତକ ବିଭ୍ରାଟ ପ୍ରସଙ୍ଗ, ୧୪ରେ ବିଜେଡିର ଆନ୍ଦୋଳନ

କଳାହାଣ୍ଡି, ୦୯/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ପାଠ୍ୟପୁସ୍ତକରେ ମାଳମାଳ ତ୍ରୁଟି ରହିଛି। ଯାହାର ଫଳ ସ୍ୱରୂପ ଓଡ଼ିଶା ସରକାର ପ୍ରାକ୍ ଶିକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରିବାର ପ୍ରୟାସ କରୁଛନ୍ତି । ଏନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି ସହିତ ତୃଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରତ୍ୟାହାର କରି ନୂତନ ପୁସ୍ତକ ପ୍ରଦାନ ଦାବିରେ ଆସନ୍ତା ୧୪ ଜୁଲାଇ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବ ବୋଲି ଯୁବ ବିଜେଡି ସଭାପତି ଅବିନାଶ ଠାକୁର ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି। ବିଜୁ ଯୁବ ଓ ଛାତ୍ର ଜନତା ଦଳର ଡାକରାରେ ଆଗାମୀ ଜୁଲାଇ ୯ ରୁ ୧୫ 'ଶିକ୍ଷା ବଞ୍ଚାଅ ଆନ୍ଦୋଳନ' ଜରିଆରେ ସମସ୍ତ ଜିଲ୍ଲାରେ ବିକ୍ଷୋଭ ସହିତ ରାଜ୍ୟ ସରକାରଙ୍କ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯିବ। ଏଥିପାଇଁ କଳାହାଣ୍ଡି ଜିଲ୍ଲାର ବିଜେଡି ନେତୃମଣ୍ଡଳୀ ଓ କର୍ମକର୍ତ୍ତା ମାନଙ୍କୁ ନେଇ ଭର୍ଚୁଆଲ ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସରକାର ତ୍ରୁଟି ପୂର୍ଣ୍ଣ ବହି ଛାପିବାରେ କିଭଳି ବାହାର ରାଜ୍ୟର ଏଜେନ୍ସୀ କୁ ମୁଦ୍ରଣ କରିବା ପାଇଁ ଠିକା ଦେଲେ ଏବଂ ଲୋକଙ୍କ ୩୮୦ କୋଟି ଟଙ୍କାକୁ ପାଣିରେ ପକାଇଲେ ବୋଲି ବିଜେଡି ନେତା ପ୍ରଶ୍ନ କରିଛନ୍ତି। ଏଣୁ ପାଠ୍ୟପୁସ୍ତକ ବିଭ୍ରାଟ ଘଟଣାରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଆସନ୍ତା ଜୁଲାଇ ୧୪ ତାରିଖ ଦିନ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ବିକ୍ଷୋଭ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ଦିଶାରୀ, ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ , ରାଜ୍ୟ ସମ୍ପାଦକ ଆଦିତ୍ୟ ନନ୍ଦ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ ସାହୁ, ମହିଳା ଜୋନ ସଭାନେତ୍ରୀ ଲଳିତା ନାଏକ, ଜିଲ୍ଲା ମହିଳା ସଭାନେତ୍ରୀ ସବିତା ପ୍ରଧାନ, ତଥା ଯୁବ-ଛାତ୍ର ନେତା ପ୍ରମୁଖ ଯୋଗଦେଇଥିଲେ।


କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ