Hot Posts

6/recent/ticker-posts

ନାଗାବଳୀ ନଦୀରେ ଜେକେ କମ୍ପାନୀର ଆଡିବନ୍ଧ।

ରାୟଗଡ଼, ୦୯/୦୭ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ ଜେକେ କମ୍ପାନୀ ବାରମ୍ବାର ନାଗାବଳୀ ନଦୀରେ ଆଡ଼ିବନ୍ଧ ବାନ୍ଧି ଅଞ୍ଚଳ ବାସୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏ ନେଇ ଅଞ୍ଚଳ ବାସି ବାରମ୍ବାର ଜିଲ୍ଲା ପ୍ରଶାସନ ଅଭିଯୋଗ କରିଛନ୍ତି। ତଥାପି, ଜିଲ୍ଲା ପ୍ରଶାସନ ଜାଣି ଅଜଣା ରହିଛି ବୋଲି ଅଞ୍ଚଳ ବାସି ନିନ୍ଦା କରିଛନ୍ତି। ବେଆଇନ ଆଡ଼ିବନ୍ଧ ନିର୍ମାଣ ଦ୍ୱାରା ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଲୋକେ। ଜଳ ହିଁ ଜୀବନ, ଆଜି ଜୀବନ ବିକ୍ରି ହୋଇଯାଇଅଛି ପୁଞ୍ଜିପତିଙ୍କ ହାତରେ। ନାଗାବଳୀ ନଦୀର ସ୍ରୋତକୁ ବେଆଇନ ଭାବେ ଆଡ଼ିବନ୍ଧ ବାନ୍ଧି ଅଟକାଉଛି ଜେକେ କାଗଜ କଳ କମ୍ପାନୀ।
ଲୋକେ ଜଳବନ୍ଦୀ ଅବସ୍ତାରେ ରହୁଛନ୍ତି, ଅନ୍ୟପଟେ ଚାଷଜମି ଶୁଖିଲା ହୋଇ ପଡ଼ି ରହୁଛି। ଏଥି ପୁର୍ବରୁ ବିଧାୟକ ରାୟଗଡ଼ ଆପାଲ୍ଲା ସ୍ୱାମୀ କାଡ୍ରାକା ବିରୋଧ କରିଛନ୍ତି। ସାଧାରଣ ଲୋକ ରାଜରାସ୍ତାକୁ ଓହ୍ଲାଇଲେଣି। ହେଲେ ପ୍ରଶାସନ? ପ୍ରଶାସନ ଆଖିରେ ଅନ୍ଧପୁଟୁଳି! ନିରବ ଦ୍ରଷ୍ଟା ସାଜିଛି ପ୍ରଶାସନ।  କମ୍ପାନୀ କମ୍ପାନୀ ନିଜ ସ୍ବାର୍ଥ ହାସଲ ନିମନ୍ତେ ନଦୀକୁ ଶୁଖାଇ ଦେଇ ମାରିଦେଉଛି ବୋଲି କହିଛନ୍ତି ସ୍ଥାନୀୟଅଞ୍ଚଳବାସୀ। ସାଧାରଣ ଲୋକଙ୍କୁ ନାଲି ଆଖି ଦେଖାଇ ଡରାଉଛି ପ୍ରସାଶନ। ଏଠି କମ୍ପାନୀର ଲାଭ ସାମ୍ନାରେ ଜନତାର ସ୍ୱର ଶସ୍ତା ହୋଇ ଯାଇଛି।ରାଜସ୍ୱ ଓ ଶିଳ୍ପାୟନ ଆଳରେ ପ୍ରଶାସନିକ ଅଧିକାରୀମାନେ ନିଜ ନିଷ୍ଠାକୁ କମ୍ପାନୀ ପାଖରେ ବନ୍ଧା ପକାଇଛନ୍ତି। ଫାଇଲ୍ ତଳେ ଚାପି ହୋଇଯାଇଛି ନିୟମ। ଯେ ପର୍ଯ୍ୟନ୍ତ ଶାସନ କ୍ଷମତା କମ୍ପାନୀର ଗୋଲାମ ସାଜିଥିବ,ସେ ପର୍ଯ୍ୟନ୍ତ ନାଗାବଳୀ କାନ୍ଦୁଥିବ। ଜିଲ୍ଲା ପ୍ରଶାସନର ନିରବତା କମ୍ପାନୀକୁ ବଳ ପ୍ରଦାନ କରୁଛି। ଆଗାମୀ ଦିନରେ ଏହି ଚୁପ ରହିବା ଜନ ଆନ୍ଦୋଳନର ରୂପ ନେବ ବୋଲି ଅଂଚଳରେ ଚର୍ଚ୍ଚା ଜୋର ଧରିଛି।