Hot Posts

6/recent/ticker-posts

କିର୍ମିରା ବ୍ଳକର ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ

ଲଇକେରା, ୧୬/୦୭ ( ନବଦୂତ ) : ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ କିର୍ମିରା ବ୍ଲକର ଅର୍ଡା, ଭାଲୁପତ୍ରା, ତେଲିଡିହି ଓ କିର୍ମିରା ଗ୍ରାମରେ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ବା ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି । କିର୍ମିରା ଗ୍ରାମର ଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ରିତିନିତି ଅନୁସାରେ ପୂଜା କରି ଭୋଗ ଲାଗି ପହଣ୍ଡି ବିଜେ ଆରମ୍ଭ ହୋଇଥିଲା । ଗ୍ରାମର ଗୈାନ୍ତିଆ ବନ୍ଧୁରାମ ପଟେଲ ଛେରା ପହରା କରିଥିବାବେଳେ ପୂଜକ ମହେଶ୍ୱର ପ୍ରସାଦ ପାଣିଗ୍ରାହୀ ପୂଜା କାର୍ଯ୍ୟ ସଂପାଦନ କରିଥିବାବେଳେ ପୂଜକ ସିଦ୍ଧେଶ୍ୱର ପାଣିଗ୍ରାହୀ, ଚିଣ୍ଟୁ ପାଣିଗ୍ରାହୀ, ସତିଶ ପୂଜାରୀ, ରାମେଶ୍ୱର ପ୍ରସାଦ ପାଣିଗ୍ରାହୀ ପୂଜା କାର୍ଯ୍ଯରେ ସହଯୋଗ କରିଥିଲେ । କିର୍ତ୍ତନ ଓ ସଂପ୍ରଦା ମଣ୍ଡଳୀର ତାଳେ ତାଳେ ରଥ ଟଣା ଯାଇ ଯାତ୍ରା ମଣ୍ଡପରେ ପହଞ୍ଚି ସେଠାରେ ଶିଶୁ ମାନଙ୍କୁ ରଥ ଛୁଆଁ ଯାଇଥିଲା । ଗ୍ରାମବାସୀ, ଭକ୍ତ ରଥ ଟାଣିବା ସହ ଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ ‌।ଲଇକେରା ପୋଲିସ ପ୍ରଶାସନ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ ।

ଲଇକେରା ରୁ ଅନିଲ କୁମାର ସରାଫ ଙ୍କ ରିପୋର୍ଟ