Hot Posts

6/recent/ticker-posts

ବରୀ ବ୍ଲକର ବିଭିନ୍ନ ସ୍ଥାନରେ ଭକ୍ତିଭାବରେ ପାଳିତ ହେଲା ରଥଯାତ୍ରା

ବରୀ, ୧୬/୦୭ ( ରଂଜିତ ମହାନ୍ତି ) : ବରୀ ବ୍ଲକର ବିଭିନ୍ନ ଅଞ୍ଚଳରେ ରବିବାର ପବିତ୍ର ବାହୁଡ଼ା ରଥଯାତ୍ରା ଭକ୍ତି ଓ ଉତ୍ସାହର ସହ ପାଳନ କରାଯାଇଛି। ବରୀ, ମାଉଣ୍ଡ, ସାହୁପଡ଼ା, କୁଶବଟ, ରତଳାଙ୍ଗ, ଭୁରୁଙ୍ଗା, ବରୀଦରଗା, ସଙ୍ଗୁଆ, ହଳଦିବସନ୍ତ ଓ ବାଲିବିଲି ସମେତ ବିଭିନ୍ନ ସ୍ଥାନରେ ଶ୍ରୀଜୀଉଙ୍କ ରଥଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଝିପିଝିପି ବର୍ଷା ସତ୍ତ୍ୱେ ମଧ୍ୟ ଭକ୍ତମାନଙ୍କ ଉତ୍ସାହରେ କୌଣସି ଭଟ୍ଟା ପଡ଼ିନଥିଲା। ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦର୍ଶନ ସହ ରଥ ଟାଣିବା ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏକତ୍ରିତ ହୋଇଥିଲେ। ରଥଯାତ୍ରାକୁ ନେଇ ସମସ୍ତ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ରଥଯାତ୍ରା ଅବସରରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ପାଇଁ ବରୀ ପ୍ରଶାସନ ପକ୍ଷରୁ ପର୍ଯ୍ୟାପ୍ତ ପୋଲିସ ମୁତୟନ ସହ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ପ୍ରଶାସନର ତତ୍ତ୍ୱାବଧାନରେ ସମସ୍ତ ସ୍ଥାନରେ ରଥଯାତ୍ରା ସୁରୁଖୁରୁରେ ଶେଷ ହୋଇଥିବା ସୂଚନା ମିଳିଛି।