ଦୁତିପଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆଇନ ସଚେତନତା କାର୍ଯ୍ୟକ୍ରମ
ଚକାପାଦ, ୦୯/୦୭ ( ବାଳକୃଷ୍ଣ କହଁର ) : ଫୁଲବାଣୀ ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟ ରୁ ଖଜୁରୀପଡା ବ୍ଲକ ଅନ୍ତର୍ଗତ ଦୁତିପଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ତା: ୦୯/୦୭/୨୦୨୬ ରିଖରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ରାମାକାନ୍ତ ମହାନ୍ତି, ଡି.ଏସ.ପି. ଫୁଲବାଣୀ ଶ୍ରୀଯୁକ୍ତ ବ୍ରଜମୋହନ ପ୍ରଧାନ, ଖଜୁରୀପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ନିମାଇଁ ଚରଣ ବିଶି, ଜିଲ୍ଲା ଆଇନ ସେବା ସମୁଖ କାର୍ଯ୍ୟାଳୟର ରିଟେନର ଶ୍ରୀଯୁକ୍ତ ପୀତାମ୍ବର ସାହୁ, ଦୁତିପଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରଶ୍ମୀତା ତ୍ରିପାଠୀ, ଶିକ୍ଷକ, ଶିକ୍ଷୟିତ୍ରୀ, ବିଦ୍ୟାଳୟର ଛାତ୍ରୀବୃନ୍ଦ ଓ ପାରା ଲିଗାଲ ସ୍ଵେଚ୍ଛାସେବି ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କୁ କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଆଇନ, ଶିକ୍ଷାର ଅଧିକାର ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଭାବେ ସଚେତନ କରାଯାଇଥିଲା । ଶିଶୁଙ୍କ ଅଧିକାର, ସୁରକ୍ଷା, ନିଶୁଳ୍କ ଆଇନ ସହାୟତା ନମ୍ବର-୧୫୧୦୦, ଶିକ୍ଷାର ଗୁରୁତ୍ୱ ଏବଂ ଆଇନଗତ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଉପସ୍ଥିତ ଛାତ୍ରୀମାନଙ୍କୁ ସରଳ ଭାଷାରେ ଅବଗତ କରାଯାଇଥିଲା। ସେହିପରି ଶିଶୁ ନିର୍ଯାତନା, ବାଲ୍ୟବିବାହ, ଶିଶୁ ଶ୍ରମ ଭଳି ସାମାଜିକ ସମସ୍ୟାରୁ ଦୂରେଇ ରହିବା ସହ ଆବଶ୍ୟକ ସ୍ଥଳରେ ଆଇନର ସହାୟତା ନେବା ପାଇଁ ପରାମର୍ଶ ଦିଆଯାଇଥିଲା
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ