Hot Posts

6/recent/ticker-posts

ଗୋପବନ୍ଧୁ ସ୍ମାରକ ଚିତ୍ରାଙ୍କନ ଏବଂ କୁଇଜ ପ୍ରତିଯୋଗୀତା ଅନୁଷ୍ଠିତ।

ଟିକାବାଲି, ୦୯/୦୭ ( ବାଳକୃଷ୍ଣ କହଁର ) : ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ୯୮ ତମ ଶ୍ରାଦ୍ଧବାର୍ଷିକ ଉପଲକ୍ଷେ ଦୌନିକ ଖବର କାଗଜ ' ସମାଜ ' ପେପର ତରଫରୁ ଗୋପବନ୍ଧୁ ସ୍ମାରକୀ ଚିତ୍ରାଙ୍କନ ଏବଂ କୁଇଜ ପ୍ରତିଯୋଗିତା ସରକାରୀ ଉଚ୍ଚ ବିଦ୍ୟାଳୟ ଟିକାବାଲି ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଟିକାବାଲି ବ୍ଲକ ଆଖପାଖ ଅଞ୍ଚଳରେ ଥିବା ପ୍ରାୟ ଦଶଟି ବିଦ୍ୟାଳୟରୁ ୮୩ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଭାଗ ନେଇଥିଲେ। କୁଇଜ ପ୍ରତିଯୋଗିତାରେ ମୋଟ ୫୩ ଜଣ ଏବଂ ଚିତ୍ରାଙ୍କନ ରେ ୩୦ ଜଣ ଭାଗ ନେଇଥିବା ବେଳେ କୁଇଜରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଆଦ୍ୟାଶ୍ରୀ ଆନନ୍ଦ, ଦ୍ଵିତୀୟ ସ୍ଥାନରେ ରହିଥିଲେ ଆଦର୍ଶ ବିଦ୍ୟାଳୟର ଛାତ୍ର ଜେମ୍ସ ରାଜ ଦିଗାଲ ଏବଂ ତୃତୀୟ ସ୍ଥାନରେ ଥିଲେ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଅନ୍ଵେଷା ଦାସ ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ଆଶିଷ କହଁର, ଦ୍ୱିତୀୟ ଆୟାଶା ନାୟକ ଏବଂ ତୃତୀୟ ଦିବ୍ୟାଦେବଯାନୀ ପଣ୍ଡା ପ୍ରମୁଖ। ଏହି ପ୍ରତିଯୋଗିତା ରେ ଶିକ୍ଷକ ଚିତ୍ତରଞ୍ଜନ ମାଝୀ, ଶିକ୍ଷକ ସଚ୍ଚିଦାନନ୍ଦ ପ୍ରଧାନ ଏବଂ ଶିକ୍ଷକ ପ୍ରିୟରଞ୍ଜନ ମହାନ୍ତି ପ୍ରମୁଖ ପରୀକ୍ଷକ ଭାବେ ଯୋଗଦେଇ ପ୍ରତିଯୋଗିତାକୁ ସୁଚାରୁରୂପେ ପରିଚାଳନା କରିଥିଲେ। ପ୍ରତିଯୋଗିତା ସମାପ୍ତି ପରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିଲୀପ କହଁର ଯୋଗ ଦେଇଥିବା ବେଳେ ଅନ୍ୟ ମଞ୍ଚାସିନ ଅତିଥି ଥିଲେ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ କାମରାଜ କହଁର, ପୂର୍ବତନ ବିଧାୟକ ପ୍ରତିନିଧି ଶ୍ରୀ ତନୁଜ ଭୋଇ, ସାମ୍ବାଦିକ ସଙ୍ଗ ସଭାପତି ଶ୍ରୀ ଗଣେଶ ନାୟକ ପ୍ରମୁଖ। ମଞ୍ଚାସିନ ଅତିଥି ମାନେ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଜୀବନୀ, ତ୍ୟାଗ, ବଳିଦାନ, ପରାକାଷ୍ଠା ଉପରେ ବକ୍ତବ୍ୟ ପ୍ରଦାନ କରିବା ସହ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ସ୍ୱରୂପ ମାନପତ୍ର ଏବଂ ଅର୍ଥରାଶି ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ଟିକାବାଲି ସାମ୍ବାଦିକ ଯସେଫ ଦିଗାଲ ପରିଚାଳନା କରିଥିବା ବେଳେ ସହଯୋଗ କରିଥିଲେ ଅଭିମନ୍ୟୁ ପ୍ରଧାନ,ସାମ୍ବାଦିକ ବାଳକୃଷ୍ଣ କହଁର,ସାନୁଜ ବେହେରା,ବବୁରୁ ଦିଗାଲ ପ୍ରମୁଖ। ଶେଷରେ ଛାତ୍ର, ଛାତ୍ରୀ ଏବଂ ଉପସ୍ଥିତ ଅତିଥି ମାନଙ୍କ ନିମନ୍ତେ ଜଳପାନ ବ୍ୟବସ୍ତା କରି କାର୍ଯ୍ୟକ୍ରମକୁ ଶେଷ କରାଯାଇଥିଲା।




କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ