ଆମ ବସ୍ ଧକ୍କାରେ ଯୁବକ ଗୁରୁତର, ବସ୍କୁ ଟେକି ଉଦ୍ଧାର କଲେ ସ୍ଥାନୀୟ ଲୋକେ
କଟକ, ୦୯/୦୭ ( କାହୁଁ ଚରଣ ବାରିକ ) : କଟକ ସହରର ମଲାଚଣ୍ଡିଆ ଛକରେ ଏକ ଆମ ବସ୍ ଜଣେ ଯୁବକଙ୍କୁ ଧକ୍କା ଦେବା ସହ କିଛି ଦୂର ପର୍ଯ୍ୟନ୍ତ ଘୋଷାଡ଼ି ନେଇଯାଇଥିବା ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବସ୍ଟିର ବେସ ଯୁବକଙ୍କ ଗୋଡ଼ ଉପରେ ଚଢ଼ିଯାଇଥିବାରୁ ସେ ଗୁରୁତର ଆହତ ହୋଇଥିଲେ। ଘଟଣା ପରେ ଯୁବକଙ୍କୁ ଉଦ୍ଧାର କରିବା ପାଇଁ କ୍ରେନ୍ କିମ୍ବା ହାଇଡ୍ରୋଲିକ୍ ଜ୍ୟାକ୍ ଭଳି ଉପକରଣ ଉପଲବ୍ଧ ନଥିଲା। ଏଭଳି ପରିସ୍ଥିତିରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ଏକାଠି ହୋଇ ସାହସିକତାର ସହ ବସ୍କୁ ଟେକି ଯୁବକଙ୍କୁ ସୁରକ୍ଷିତ ଭାବେ ବାହାର କରିଥିଲେ। ଉଦ୍ଧାର ପରେ ଆହତ ଯୁବକଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଥିବା ସୂଚନା ମିଳିଛି। ଘଟଣାର ଭିଡିଓ ଓ ସ୍ଥାନୀୟ ଲୋକଙ୍କ ତତ୍ପରତା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି।