Hot Posts

6/recent/ticker-posts

ଝରିଗାଁ ତହସିଲଦାର ଙ୍କ ବିରୋଧର ଥାନାରେ ଏତଲା

ଝରିଗାଁ, ୦୪/୦୭ (ନକୁଲ ଭତରା) : ନବରଙ୍ଗପୁର ଜିଲ୍ଲା ଝରୀଗାଁ ତହସିଲଦାରଙ୍କ ବିରୋଧରେ ଜନଜାତି ସୁରକ୍ଷା ମଞ୍ଚ ସହ ମାଝୀ ଓ ପୂଜାରୀ ପରିବାର ପକ୍ଷରୁ ଝରୀଗାଁ ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରାଯାଇଛି। ଅଭିଯୋଗ ଅନୁଯାୟୀ, ଝରୀଗାଁ ତହସିଲ ଅଧୀନ କାନାକୋଟି ପଞ୍ଚାୟତର ବୁଆଳିବେଡା ଗ୍ରାମର ଜମିଜମା ସମ୍ବନ୍ଧୀୟ ଏକ ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ଓ ଦରଖାସ୍ତ ଦାଖଲ କରିବା ପାଇଁ ନୁରେନ ମାଝୀ, ବୁଦୁରୁ ପୂଜାରୀ ଓ ସେମାନଙ୍କ ସହଯୋଗୀମାନେ ତହସିଲ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ତହସିଲଦାର ଆବେଦନପତ୍ର ଓ ହାଇକୋର୍ଟଙ୍କ ଆଦେଶକୁ ଫିଙ୍ଗି ଦେଇଥିବା ସହ ଜାତିକୁ ଆକ୍ଷେପ କରି ଦୁର୍ବ୍ୟବହାର କରିଥିବା ଅଭିଯୋଗ କରାଯାଇଛି। ଏହି ଘଟଣାକୁ ନେଇ ଉଭୟ ପରିବାର ୦୧.୦୭.୨୦୨୬ ତାରିଖରେ ଝରୀଗାଁ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ପରେ ତହସିଲଦାର ସୁମତ ପାତ୍ରଙ୍କ ଗିରଫ ଦାବିରେ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ଏହି ଘଟଣାର ପୋଲିସ ତଦନ୍ତ ଚାଲିଥିବା ବେଳେ, ଜିଲ୍ଲାସ୍ତରୀୟ ନିରପେକ୍ଷ ତଦନ୍ତ କରି ପ୍ରକୃତ ସତ୍ୟ ପଦାକୁ ଆଣିବାକୁ ଜନଜାତି ସୁରକ୍ଷା ମଞ୍ଚ ଓ ଅଭିଯୋଗକାରୀମାନେ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ, ଏହି ଅଭିଯୋଗ ସମ୍ପର୍କରେ ତହସିଲଦାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ପୋଲିସ ତଦନ୍ତ ଶେଷ ହେବା ପରେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ।