କ୍ଳଷ୍ଟରସ୍ତରୀୟ ପ୍ରଥମ ମାସିକ ବୈଠକ ଅନୁଷ୍ଠିତ
ଲଇକେରା, ୦୪/୦୭ ( ନବଦୂତ ) : ଝାରସୁଗୁଡା ଜିଲ୍ଳା ଲଇକେରା ବ୍ଳକ ଅନ୍ତର୍ଗତ ସାହାସପୁର କ୍ଳଷ୍ଟରର ଏହି ଶିକ୍ଷା ବର୍ଷର ପ୍ରଥମ ମାସିକ କ୍ଳଷ୍ଟର ସ୍ତରୀୟ ବୈଠକ ସରକାରୀ ହାଇସ୍କୁଲ ସୁଡୁଙ୍ଗ ଠାରେ ଅନୁଷ୍ଠିତ ହୋଇଯାଇଛି ।ସାହାସପୁର କ୍ଳଷ୍ଟର ର ସମସ୍ତ ଶିକ୍ଷକ ସରକାରୀ ହାଇସ୍କୁଲ ସୁଡୁଙ୍ଗର ନୂତନ ଭାବେ ନିଯୁକ୍ତି ପାଇଥିବା ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ନାଏକ ଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ପ୍ରଥମେ ସ୍ୱାଗତ କରିଥିଲେ ।ଏବିଇଓ ହରିଶ ଚନ୍ଦ୍ର ନାୟକ ଏହି ବୈଠକର ତଦାରଖ କରିଥିଲେ ।ଏହି ଵୈଠକୁ ସାହାସପୁର ସିଆରସିସି ପରିଚାଳନା କରିଥିଲେ ।ସେ ଚଳିତ ବର୍ଷର ମିଟିଙ୍ଗ୍ ନୂତନତା,ବାର୍ଷିକ ପାଠ ଯୋଜନା, ସମୟ ସାରଣୀ, ଏକାଡେମିକ କ୍ୟାଲେଣ୍ଡର, ଯାଦୁ ପେଡି, ସୋପାନ ରେଜିଷ୍ଟର, ଉଦିଆଁ ତାରା କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ । ତା'ପରେ ନୂତନ ପାଠ୍ୟପୁସ୍ତକ ଏବଂ ବିଦ୍ୟାଳୟ ପରିଚାଳନା କମିଟୀ ଗଠନ ନିର୍ଦେଶାବଳୀ ଉପରେ ଆଲୋଚନା କରାଯାଇଥିଲା । ଶିକ୍ଷକ ଜୟକୃଷ୍ଣ ଗନ୍ଧା, ଭୂବନେଶ୍ୱର ମାଝୀ, ରୀତାରାଣୀ ପତି ଓ ସମସ୍ତ ଶିକ୍ଷକ ସାହାଯ୍ଯ କରିଥିବାବେଳେ ପୂର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।