Hot Posts

6/recent/ticker-posts

ଶୋଇବାଘର ପଲଙ୍କ ତଳୁ ଉଦ୍ଧାରହେଲା ବିଶାଳକାୟ ନାଗସାପ।

ଚରମ୍ପା ୦୪/୦୭ ( ନବଦୂତ ) : ସୂଚନା ଅନୁଯାଇ-ଭଦ୍ରକ ଜିଲ୍ଲା ସଦର ଚରମ୍ପା ଷ୍ଟେସନରୋଡ଼ ଅଞ୍ଚଳ ନୂଆପୋଖରି ଗ୍ରାମରେ ଜଣେ ଭଦ୍ରବ୍ୟକ୍ତି ଙ୍କ ଶୋଇବା ଘର ପଲଙ୍କତଳେ ପରିବାର ଲୋକ ଘରେ କିଛି ଗୋଟେ ଖସଖାସ ଓ ଗର୍ଜନ ଶବ୍ଦ ଶୁଣି ଘରଲୋକ ଭୟଭୀତ ହୋଇ ତୁରନ୍ତ ଶୋଇବା ଘର ଲାଇଟ ଅନ୍ କରିବା ସହ ପଲଙ୍କ ତଳକୁ ଟର୍ଚ୍ଚ ମାରି ଦେଖିଲେ ଏକ ବଡ଼ ଭୟଙ୍କର ସାପ ଦେଖି ତୁଦନ୍ତ ପରିବାର ର ଅନ୍ୟ ଲୋକଙ୍କୁ ଜଣାଇଲେ ,ପଲଙ୍କ ତଳେ ବିଶାଳ ସାପଟିକୁ ଦେଖି ନିସ୍ତେଜ ହୋଇଥିଲା।ତୁରନ୍ତ ବାହାର କୁ ଆସି ଘଟଣା ବିଷୟ ରେ ପଡୋଶୀ ଙ୍କୁ ଣାଇଲେ।ପଡୋଶୀ ଘର ଜଣେ ଯୁବକ ସମୟ ବିଲମ୍ବ ନକରି ଭଦ୍ରକ ସ୍ନେକ ହେଲ୍ପ ଡେସ୍କ କୁ ଖବର ଦେଲେ, ଖବରପାଇ ସ୍ନେକ ଧରାଳି ଶେଖମିର୍ଜା ଅରିଫ ପହଂଚି ଘରପଲଙ୍କ ତଳୁ ପୁରୁଣା ବିଶାଳ କାୟ ନାଗ ସାପଟିକୁ ଉଦ୍ଧାର କରିଥିଲେ।ନାଗସାପଟି ର ଲମ୍ବ ପ୍ରାୟ ୬ ଫୁଟ ହେବ ବୋଲି ସୂଚନା ମିଳିଥିଵା ବେଳେ ,ପରିବାର ଲୋକେ ମୁଣ୍ଡିଆ ମାରି ନାଗତିକୁ ପ୍ରଣାମ କରିଥିବାବେଳେ, ଦୁଇଦିନ ହେଲା ଅଧିକ ବର୍ଷା ଯୋଗୁ ନାଗ ତି ବାହାରୁ କେଉଁଆଡ଼ୁ ଆସି ଘରପଲଙ୍କତଳେ ଆଶ୍ରୟ ନେଇଥିବା ର ସୂଚନାମିଳିଛି।



ମାନସ କୁମାରସାହୁ