Hot Posts

6/recent/ticker-posts

ଗଡଗଡିଆ ଘାଟରେ ପ୍ରବେଶ କଟକଣା

କଟକ, ୩୧/୦୭ ( କାହୁଁ ଚରଣ ବାରିକ ) : ମହାନଦୀରେ ବନ୍ୟା କାରଣରୁ କଟକ ତଳ ବାଲିଯାତ୍ରା ପଡିଆ, ଗଡଗଡିଆ ଘାଟରେ ଶନିବାର, ରବିବାର ପାଇଁ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ। ଶ୍ରାବଣ ମାସର ପ୍ରଥମ ସୋମବାର ପାଇଁ ଗଡଗଡିଆ ଘାଟରୁ ଜଳ ଉଠାଇବାକୁ ଶନିବାର ଓ ରବିବାର ହଜାର ହଜାର କାଉଡିଆଙ୍କ ସମାଗମ ହୋଇଥାଆନ୍ତା। ତେବେ କୌଣସି ଅଘଟଣ ଏଡାଇବା ପାଇଁ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହା ସହ ଆସନ୍ତା ୪୮ଘଣ୍ଟା ପର୍ଯ୍ୟନ୍ତ ମହାନଦୀ କୂଳରେ ଥିବା ବିଭିନ୍ନ ଦେବାଳୟରେ ପ୍ରବେଶ କଟକଣା ମଧ୍ୟ ଲାଗୁ କରାଯାଇଛି।