ବସ୍ତା ନିର୍ବାଚନ ମଣ୍ଡଳୀ ଵିଜୁ ଜନତା ଦଳର ବୁଥ ସ୍ତରୀୟ କର୍ମଶାଳା
ବାଲିଆପାଳ, ୦୩/୦୭ ( ସନ୍ୟାସୀ ବେହେରା ) : ବାଲିଆପାଳ ବ୍ଲକ ଓ ବସ୍ତା ବ୍ଲକକୂ ନେଇ ଗଠିତ ବସ୍ତା ନିର୍ବାଚନ ମଣ୍ଡଳୀ ଵିଜୁ ଜନତା ଦଳର ବୁଥ ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି |ବସ୍ତା ନିର୍ବାଚନ ମଣ୍ଡଳୀର ସଂଯୋଜକ ଓ ବସ୍ତା ବ୍ଲକର bjd ସଭାପତି ମହା ଦେବ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ କର୍ମଶାଳାରେ ବାଲେଶ୍ୱର ଜିଲ୍ଲା bjd ସଭାପତି ଜ୍ୟୋତି ପ୍ରକାର ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ରାଜ୍ୟ ଵିଜୁ ଜନତା ଦଳର ମୁଖ ପାତ୍ର ତଥା 2024 ନିର୍ବାଚନର ଵିଜୁ ଜନତା ଦଳର ସାଂସଦ ପ୍ରାଥୀନି ଲେଖାଶ୍ରୀ ସାମନ୍ତ ସିଂହାର, ପୂର୍ବତନ ବାଲେଶ୍ୱର ଜିଲ୍ଲାର ଜିଲ୍ଲାପରିଷଦ ସଭାପତି ଗିରିଶ ଦାସ, ବାଲିଆପାଳ ବ୍ଲକର bjd ସଭାପତି ଭଗବାନ ଗିରି ଓ 14 ନମ୍ବରର ଜୁନ ର ଜିଲ୍ଲା ପରିଷଦ ସଦସ୍ୟ ବିଷ୍ନୁପ୍ରିୟା ଭାଗୁଡ଼ି ମଂଚାସୀନ ହୋଇଥିଲେ |ମଂଚାସୀନ ଅତିଥି ମାନେ SIR ସମ୍ବନ୍ଧରେ BLA ମାନଙ୍କୁ ବିବିଧ ନିୟମ ଗୁଡିକୁ ଅର୍ଥାତ ନୂଆ ଭୋଟର ଯୋଡିବା,, ମୃତ୍ୟୁ ଜନିତ ଭୋଟର ମାନଙ୍କୁ ବାଦ ଦେବା ଓ ଭୋଟର ନାମ ସଂଶୋଧନ କରିବା ଆଦି ଜଣାଇଥିଲେ |ସଦସ୍ୟ ତଥା ସାମ୍ବାଦିକ ସନ୍ନ୍ୟାସୀ ବେହେରା ବେଡ଼ ପାଠ କରିଥିବା ବେଳେ ଶିବା ନନ୍ଦ ଦାସ ଅଧିକାରୀ ଧନ୍ୟବାଦ ଦେଇଥିଲେ |