Hot Posts

6/recent/ticker-posts

ଅନସର ଘରେ ମହାପ୍ରଭୁ, ଭକ୍ତଶୂନ୍ୟ ସରଣକୁଳ ଜଗନ୍ନାଥ ମନ୍ଦିର

ନୟାଗଡ଼, ୦୩/୦୭ ( ସୁଧୀର କୁମାର ଦାସ ) : ଦେବସ୍ନାନ ପୂର୍ଣ୍ଣିମା ଅବସରରେ ୧୦୮ କଳସ ଜଳରେ ମହାସ୍ନାନ ସମ୍ପନ୍ନ ହେବା ପରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ବର୍ତ୍ତମାନ ଅନସର ଘରେ ବିରାଜମାନ ଅଛନ୍ତି। ଏହାଫଳରେ ନୟାଗଡ଼ ଜିଲ୍ଲାର ସରଣକୁଳ ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଥିବାରୁ ମନ୍ଦିର ପରିସରରେ ଏକ ଶୂନ୍ୟତାର ପରିବେଶ ଦେଖିବାକୁ ମିଳୁଛି। ପରମ୍ପରା ଅନୁଯାୟୀ, ଦେବସ୍ନାନ ପରେ ମହାପ୍ରଭୁ ଜ୍ୱରରେ ପୀଡ଼ିତ ହୋଇ ଅନସର ଘରେ ବିଶ୍ରାମ କରୁଛନ୍ତି। ଏହି ସମୟରେ ନିର୍ଦ୍ଦିଷ୍ଟ ସେବାୟତ ଓ ପଣ୍ଡାମାନେ ମହାପ୍ରଭୁଙ୍କ ସେବାନୀତି ସମ୍ପାଦନ କରୁଛନ୍ତି ଏବଂ ଅନ୍ୟ ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିଛି। ବିଶ୍ୱର କୋଟି କୋଟି ଭକ୍ତ ମହାପ୍ରଭୁଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଥିବା ବେଳେ ଅନସର ନୀତି ଶେଷ ପରେ ନବଯୌବନ ବେଶରେ ଦର୍ଶନ ଏବଂ ପରବର୍ତ୍ତୀ ରଥଯାତ୍ରାକୁ ଅପେକ୍ଷା କରି ରହିଛନ୍ତି।

– ସୁଧୀର କୁମାର ଦାସ, ଓଡ଼ଗାଁ (ନବଦୂତ ନ୍ୟୁଜ୍)