Hot Posts

6/recent/ticker-posts

ବିଜେପିରେ ବଡ଼ ମିଶ୍ରଣ ପର୍ବ: ଗୁଣୁପୁର ପୌରାଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସହ ବହୁ ଜନପ୍ରତିନିଧି ପଦ୍ମ ଧରିଲେ

ରାୟଗଡ଼ା, ୧୭/୦୭ ( ଭି. ଗୌରି ଶଙ୍କର ରାଓ ) : ରାଜ୍ୟ ରାଜନୀତିରେ ଆଜି ଭାରତୀୟ ଜନତା ପାର୍ଟି (ବିଜେପି)ରେ ଏକ ବଡ଼ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଗୁଣୁପୁର ପୌରାଧ୍ୟକ୍ଷ ଶ୍ରୀ ଶିବ ପ୍ରସାଦ ଗୈତ ଏବଂ ଉପାଧ୍ୟକ୍ଷ ଶ୍ରୀମତୀ ମମତା ଗୌଡ଼ଙ୍କ ସମେତ ଏକାଧିକ ସରପଞ୍ଚ, ସମିତି ସଭ୍ୟ ଓ ଅନ୍ୟାନ୍ୟ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ଭୁବନେଶ୍ୱରସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଜିଲ୍ଲା ସଭାପତି ଶ୍ରୀ ଗୋପୀ ଆନନ୍ଦ, ଶ୍ରୀ କାଳିରାମ ମାଝୀ, ଶ୍ରୀ ଶିବଶଙ୍କର ଉଲାକାଙ୍କ ସମେତ ବିଜେପିର ବରିଷ୍ଠ ରାଜ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ସେମାନଙ୍କ ଉପସ୍ଥିତିରେ ନବ ଯୋଗଦାନକାରୀ ମାନେ ପଦ୍ମ ଚିହ୍ନ ଧାରଣ କରି ଦଳରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଥିଲେ। ଏହି ମିଶ୍ରଣ ପର୍ବକୁ ଗୁଣୁପୁର ଓ ରାୟଗଡ଼ା ଜିଲ୍ଲାର ରାଜନୈତିକ ସମୀକରଣରେ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ଦେଖାଯାଉଛି। ଆଗାମୀ ଦିନରେ ଏହା ଦଳର ସଂଗଠନକୁ ଅଧିକ ସୁଦୃଢ଼ କରିବ ବୋଲି ବିଜେପି ପକ୍ଷରୁ ଆଶା ପ୍ରକାଶ କରାଯାଇଛି।