Hot Posts

6/recent/ticker-posts

ଦଣ୍ଡପାଟ ଅଞ୍ଚଳରେ ପୁଣି ଆଉ ଜଣେ ଦାଦନ ଶ୍ରମିକର ମୃତ୍ୟୁ

କୋକସରା, ୧୭/୦୭ ( ରିତେଶ କୁମାର ମୁଣ୍ଡ ) : କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ, ଖୁଣ୍ଟିଆ ପଞ୍ଚାୟତ ଅନ୍ତର୍ଗତ ସରଧାପୁର ଗ୍ରାମର ଜଣେ ଦାଦନ ଶ୍ରମିକର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି।ସୂଚନା ଅନୁସାରେ ସରଧାପୁର ଗ୍ରାମର ତୁଳସୀ ରାମ ଧୁରୁ (୨୩) ଗତ ପାଞ୍ଚ ମାସ ତଳେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ସେ କର୍ଣ୍ଣାଟକ ରାଜ୍ୟ, କୋଲାର ଜିଲ୍ଳାର ମାଲୁର ଥାନା ଅଞ୍ଚଳର ଏକ ଫ୍ଲିପ୍ କାର୍ଡ କମ୍ପାନୀରେ କାମ କରୁଥିଲେ। କାର୍ଯ୍ୟରତ ଥିବା ସମୟରେ ସେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆ ଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବର୍ତମାନ ପର୍ଯ୍ୟନ୍ତ ତାଙ୍କ ଶବ ବ୍ୟବଚ୍ଛେଦ ହୋଇ ନ ଥିବାରୁ ମୃତ ଦେହ ଘରକୁ ପହଞ୍ଚି ପାରିନାହିଁ।ବର୍ତ୍ତମାନ ତୁଲସୀଙ୍କ ମୃତ୍ୟୁ ଖବର ଶୁଣିଲା ପରେ ପରିବାର ତଥା ଗାଁ ରେ ଶୋକର ଛାୟା ଖେଳି ଯାଇଛି। ବର୍ତମାନ ତୁଳସୀଙ୍କ ବାପା କୋକସରା ଥାନାକୁ ଯାଇ ପୁଅର ମୃତ ଦେହ ଆଣିବାର ବ୍ୟବସ୍ଥା କରିବାକୁ ପୋଲିସ୍ ପ୍ରଶାସନ ପାଖରେ ନିବେଦନ କରିଛନ୍ତି।