Hot Posts

6/recent/ticker-posts

କଟକର ନୟାସଡ଼କରେ ପୋଲିସ ସହାୟତା କକ୍ଷ ଉଦ୍‌ଘାଟିତ

କଟକ, ୩୦/୦୭ ( କାହୁଁ ଚରଣ ବାରିକ ) : କଟକର ନୟାସଡ଼କରେ ପୋଲିସ ସହାୟତା କକ୍ଷ ଉଦ୍‌ଘାଟିତ ହୋଇଯାଇଛି. ସହରବାସୀଙ୍କୁ ତ୍ୱରିତ ପୋଲିସ ସହାୟତା ଓ ଉନ୍ନତ ସୁରକ୍ଷା ସେବା ପ୍ରଦାନ ଉଦ୍ଦେଶ୍ୟରେ କଟକର ନୟାସଡ଼କ ଅଞ୍ଚଳରେ ଏକ ପୋଲିସ ସହାୟତା କକ୍ଷ ଉଦ୍‌ଘାଟିତ ହୋଇଛି। କଟକ ଡେପୁଟି କମିଶନର ଅଫ୍ ପୋଲିସ୍ ( DCP Kataka ) ଶ୍ରୀ ଖିଲାରୀ ଋଷିକେଶ ଦ୍ୟାନଦେଓ, IPS ଏହି ସହାୟତା କକ୍ଷର ଉଦ୍‌ଘାଟନ କରିଛନ୍ତି। ଏହି ପୋଲିସ ସହାୟତା କକ୍ଷ ମାଧ୍ୟମରେ ସ୍ଥାନୀୟ ଲୋକଙ୍କୁ ଆବଶ୍ୟକ ସମୟରେ ପୋଲିସ ସହାୟତା ପ୍ରଦାନ ସହ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯିବ। ଜନସାଧାରଣ ଓ ପୋଲିସ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା ସହ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବାରେ ଏହି ସହାୟତା କକ୍ଷ ସହାୟକ ହେବ ବୋଲି ଆଶା କରାଯାଉଛି.