Hot Posts

6/recent/ticker-posts

ସିନାପାଲି ଥାନାଧିକାରୀଙ୍କୁ ଉଦନ୍ତୀ ୟୁଥ କ୍ଲବର ସୌଜନ୍ୟମୂଳକ ସାକ୍ଷାତ

ସିନାପାଲି, ୧୮/୦୭ ( ପରମେଶ୍ୱର ମେହେର ) : ନୂଆପଡା ଜିଲ୍ଳା ସିନାପାଲି ଥାନାରେ ନୂତନ ଥାନାଧିକାରୀ ଭାବରେ ମହେଶ୍ୱର ପାଣିଗ୍ରାହୀ ଯୋଗଦାନ କରିଥିବା ବେଳେ ତାଙ୍କୁ ଉଦନ୍ତୀ ୟୁଥ କ୍ଲବ ପକ୍ଷରୁ ସ୍ୱାଗତ କରାଯାଇଛି l ଏହି ଅବସରରେ କ୍ଲବର ସଭାପତି ପ୍ରଭାତ କୁମାର ମେହେର ଓ ସମ୍ପାଦକ ବେଣୁଧର ମେହେରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଶ୍ରୀ ପାଣିଗ୍ରାହୀଙ୍କୁ ଉପଢୌକନ ଦେଇ ଶୁଭେଚ୍ଛା ଜଣାଇଥିଲେ l ଏଥିସହ ଅଂଚଳରେ ଆଇନଶୃଙ୍ଖଳାକୁ କଡାକଡି କରାଯିବା ସହ ବିଶେଷ କରି ଅଂଚଳରେ ରାସ୍ତା ଦୁର୍ଘଟଣା ଓ ବେଆଇନ ମଦ କାରବାର ରୋକିବା ସହ କ୍ରୀଡାର ବିକାଶ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ କ୍ଲବର ସହସମ୍ପାଦକ ଓମପ୍ରକାଶ ମେହେର, କୋଷାଧକ୍ଷ ଭୀଷ୍ମରାଜ ମେହେର, ବରିଷ୍ଠ ସଦସ୍ୟ ଜତୀନ୍ଦ୍ର ମେହେର, ଜିତେନ ମେହେର, ହେମସାଗର, ଦୀପକ, ସୁନୀଲ , ହେମନ୍ତ, ରାଜ ମେହେର ପ୍ରମୁଖ ଉପସ୍ଥିତ ଥିଲେ l