Hot Posts

6/recent/ticker-posts

ଏସ୍‌ସିବି ମେଡିକାଲ ପରିଦର୍ଶନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ: ନୂତନ ବିଲ୍ଡିଂ, ହଷ୍ଟେଲ ଓ ବାସଭବନର ସ୍ଥିତି ସମୀକ୍ଷା

କଟକ, ୨୧/୦୭ ( କାହୁଁ ଚରଣ ବାରିକ ) : ଆଜି କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କରିବାସହ ଓଡ଼ିଶାର ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ମହୋଦୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦାନ । ଏହି ଅବସରରେ ହସ୍ପିଟାଲର ଭିତ୍ତିଭୂମି ସୁଦୃଢ଼ୀକରଣ, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଏବଂ ଏସ୍‌ସିବିର ପ୍ରସାରଣ ତଥା ପୁନଃବିକାଶ କାର୍ଯ୍ୟର ସ୍ଥିତି ସମୀକ୍ଷା କରାଯାଇଥିଲା। ଏହିପରିଦର୍ଶନ ସମୟରେ ନୂତନ ବିଲ୍ଡିଂର CN1 ଏବଂ CN4 ନିର୍ମାଣ ସ୍ଥଳ ବୁଲି ଦେଖିବା ସହ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରାଯାଇଥିଲା। ଏହା ସହିତ ପିଜି ହଷ୍ଟେଲ, ରେସିଡେଣ୍ଟ ହଷ୍ଟେଲ ଏବଂ ସହକାରୀ ପ୍ରଫେସରମାନଙ୍କ ବାସଭବନ ପରିଦର୍ଶନ କରି ସେଠାକାର ସୁବିଧା-ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲୁ। ଏହି କାର୍ଯ୍ୟକ୍ରମରେ ମାନ୍ୟବର କଟକ ସଦର ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସେଠୀ, ସ୍ୱାସ୍ଥ୍ୟ ବିଭାଗର ସଚିବ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।