Hot Posts

6/recent/ticker-posts

ନିଟରେ ମୟଙ୍କ ମେହେରଙ୍କ ସଫଳତା

ସିନାପାଲି, ୨୧/୦୭ ( ପରମେଶ୍ୱର ମେହେର ) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ହାତୀବନ୍ଧାର ମୟଙ୍କ ମେହେର ନିକଟରେ ପ୍ରକାଶ ପାଇଥିବା ନିଟ ପରୀକ୍ଷା ଫଳରେ ଜାତୀୟ ସ୍ତରରେ ୧୬୮୨ ରେଙ୍କ ପାଇଥିବା ଜଣାପଡିଛି l ମୟଙ୍କଙ୍କ ଏଭଳି ସଫଳତାରେ ଆତ୍ମୀୟ ମହଲ ତଥା ଅଂଚଳରେ ଖୁସି ପ୍ରକାଶ ପାଇଛି l ତାଙ୍କ ପିତା ମୋଚନ ମେହେର ସିନିୟର ଇନକମ ଟେକ୍ସ ଅଫିସର ଓ ମାତା ନୀଳିମା ମେହେର ସିନିୟର ଅଡିଟ ଅଫିସର ଭାବରେ ଉଭୟ ଛତିଶଗଡ ରାଜ୍ୟର ରାୟପୁର ଠାରେ କାର୍ଯ୍ୟରତ ଅଛନ୍ତି l ମୟଙ୍କ ପିଲାବେଳୁ ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ ଭବିଷ୍ୟତରେ ଜଣେ ଭଲ ଡାକ୍ତର ହୋଇ ସାଧାରଣ ଲୋକଙ୍କ ସେବା କରିବେ ବୋଲି କହନ୍ତି l