Hot Posts

6/recent/ticker-posts

ଏଜେଓ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ଶିକ୍ଷା ଅଧିକରୀଙ୍କ ସମୀକ୍ଷା।

ଫୁଲବାଣୀ, ୦୪/୦୭ ( ବାଳକୃଷ୍ଣ କହଁର ) : ପିଏମ ଶ୍ରୀ ଏଜେଓ ସରକାରୀ ଉଚ୍ଚ ବିଦ୍ୟାଳୟ,ଫୁଲବାଣୀ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଜେଶ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ବିଦ୍ୟାଳୟ ମାନଙ୍କ ରେ ଗୁଣାତ୍ମକ ଶିକ୍ଷା ଦାନ କରି ଏକ ଆଦର୍ଶ ଶିକ୍ଷାନୁଷ୍ଠାନ ଭାବେ ଗଢି ତେଳିବାକୁ ଛଅଟି ବ୍ଳକର ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ପ୍ରଧାନ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ବିଦ୍ୟାଳୟ ରେ ଶୈକ୍ଷିକ ବାତାବରଣ ସୣଷ୍ଟି, ଛାତ୍ର ବୣତ୍ତି ଆବେଦନ, ଇକୋକ୍ଲବ, ଖାଦ୍ୟ, ପୋଷାକ, ବିଦ୍ୟାଳୟ ସୁରକ୍ଷା ଓ ନିରାପତ୍ତା ,ସମୟ ନିର୍ଘଣ୍ଟ, ବିଜ୍ଞାନ ଓ ପଞ୍ଚସଖା ଶିକ୍ଷା ସେତୁ ଭିତ୍ତିକ ବିଭିନ୍ନ କାର୍ଯ୍ୟକ୍ରମ,ସମୟାନୁବର୍ତ୍ତିତା, କ୍ରୀଡା, ସାଂସ୍କୃତିକ କାର୍ଯ୍ୟକ୍ରମ,ପି ଏମ ଶ୍ରୀ କାର୍ଯ୍ୟକ୍ରମ, ଶିକ୍ଷକ ଉପସ୍ଥାନ,ଓଡ଼ିଆ ଭାଷାରେ ଯୁକ୍ତ ଦୁଇ ବିଜ୍ଞାନ ପାଠ୍ୟକ୍ରମ,ଗୁଣାତ୍ମକ ଶିକ୍ଷା, ନୈତିକ ଶିକ୍ଷା, ଖାନ ଏକାଡେମୀ ଓ ଅନ୍ୟାନ୍ୟ ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା l ବିଦ୍ୟାଳୟକୁ ଆସୁଥିବା ଅନୁଦାନ ସଠିକ ଭାବେ ସମୟ ମଧ୍ୟରେ ଖର୍ଚ୍ଚ କରି ବିନିଯୋଗ ପ୍ରମାଣପତ୍ର ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା।ବୈଠକରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମାନସ ରଞ୍ଜନ ଦାସ, ବିଜ୍ଞାନ ନିରୀକ୍ଷକ ଶ୍ରୀ ସିମାଞ୍ଚଳ ସ୍ୱାଇଁ, ବିଜ୍ଞାନ ସଂଯୋଜକ ଶ୍ରୀ ରାଜ କୁମାର ସାହୁ ଓ ପି ଏସ ଏସ ସାଂଯୋଜକ ଶ୍ରୀ ରାଜେଶ ଦନ୍ତା ଉପସ୍ଥିତ ହେବା ସହ ସମସ୍ତ ବିଷୟ ଉପରେ ଆଲୋଚନା କରିଥିଲେ l ଓଡ଼ିଆ ଭାଷାରେ ଯୁକ୍ତ ଦୁଇ ବିଜ୍ଞାନ ପାଠ ସମ୍ପର୍କରେ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ଅଶୋକ ପରିଡା ଓଡ଼ିଆ ପୁସ୍ତକ ରାଜ୍ୟ ସରକାର ଙ୍କ ଦ୍ବାରା ଅନୁମୋଦନ କରାଯାଇ ପ୍ରତି ଜିଲ୍ଲା କୁ ପଠାଯାଇଥିବା ସୂଚନା ଦେଇଥିଲେ।ଇଂରାଜୀ ଭାଷାକୁ ଭୟ କରି ବହୁତ ଛାତ୍ର ଛାତ୍ରୀ ଯୁକ୍ତ ଦୁଇ ବିଜ୍ଞାନ ପଢିବାରୁ ବଞ୍ଚିତ ହେଉଥିଲେ। ଚଳିତ ବର୍ଷ ଠାରୁ ଓଡ଼ିଆ ରେ ପାଠ ପଢା ସହ ବିଭିନ୍ନ ବୈଷୟିକ ଶିକ୍ଷା ଏବଂ ସାକ୍ଷାତ କାର ମଧ୍ୟ ଓଡ଼ିଆ ଭାଷାରେ ହେବ ବୋଲି ଓଡ଼ିଆ ସାଥି ଜିଲ୍ଲା ପ୍ରମୁଖ ଅଶୋକ ପରିଡା ସୂଚନା ଦେଇଥିଲେ। ଶେଷରେ ଲାଇନପଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସୋମନାଥ ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ 



କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ