ବନ୍ଦ ହେଲା ଭଞ୍ଜନଗର ୱାଟର ପାର୍କ : ବର୍ଷା ଯୋଗୁଁ କମିଲେ ପର୍ଯ୍ୟଟକ
ଭଞ୍ଜନଗର, ୦୬/୦୭ ( ଜେ. କେ ପଟ୍ଟନାୟକ ) : ଦକ୍ଷିଣ ଓଡ଼ିଶାର ଏକମାତ୍ର ୱାଟର ପାର୍କ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପ୍ରସିଦ୍ଧ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରିସରରେ ରହିଛି। ଗ୍ରୀଷ୍ମଋତୁରେ ଗଞ୍ଜାମ ସମେତ ଆଖପାଖ ଜିଲ୍ଲାରୁ ବହୁ ସଂଖ୍ୟକ ପର୍ଯ୍ୟଟକ ଏଠାକୁ ଆସି ଜଳକ୍ରୀଡାର ମଜା ଉଠାଇଥାନ୍ତି।ସେହି ସମୟରେ ଏଠାରେ କ୍ଷମତା ଠାରୁ ଅତ୍ୟଧିକ ଭିଡ଼ ହେଉ ଥିବାରୁ ଅଧିକାଂଶ ଦିନ ବହୁ ଲୋକ ଟିକଟ ନପାଇ ନିରାଶ ହୋଇ ଫେରନ୍ତି। ହେଲେ ବର୍ତ୍ତମାନ ବର୍ଷା ଲାଗି ରହିଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବହୁ ପରିମାଣରେ ହ୍ରାସ ପାଇଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଏହି ବିଜୁ ପଟ୍ଟନାୟକ ଜଳକ୍ରୀଡା ଉଦ୍ୟାନକୁ ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।ପୁଣିଥରେ ଆସନ୍ତା ଗ୍ରୀଷ୍ମରୁତୁରେ ଏହି ୱାଟର ପାର୍କ ସର୍ବସାଧାରଣ ଙ୍କ ନିମନ୍ତେ ଖୋଲା ରହିବ ବୋଲି ଜଣାପଡିଛି। ବର୍ତ୍ତମାନ ସମୟରେ କେବଳ ଶିଶୁ ଉଦ୍ୟାନ ହିଁ ସୋମବାର ବ୍ୟତୀତ ଅନ୍ୟ ଦିନ ମାନଙ୍କରେ ଖୋଲା ରହିବ।