Hot Posts

6/recent/ticker-posts

ବସ୍ତା ନିର୍ବାଚନ ମଣ୍ଡଳୀରେ ଵିଜୁ ଜନତା ଦଳର ରାଜନୈତିକ ସୁନାମି

ବାଲିଆପାଳ, ୦୪/୦୭ ( ଡ.ସନ୍ନ୍ୟାସୀ ବେହେରା ) : ବାଲେଶ୍ୱର ସଂସଦୀୟ କ୍ଷେତ୍ରର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଵିଜୁ ଜନତାଦଳ SIR ସମ୍ଭନ୍ଧରେ ଦଳ ଅନ୍ତର୍ଗତ BLA ମାନଙ୍କୁ କର୍ମ ଶାଳା ମାଧ୍ୟମରେ ଟ୍ରେନିଂ ଦିଆ ଚାଲିଛି |ଏ ସଂକ୍ରାନ୍ତରେ ବସ୍ତାର ମଥାନି ନିକଟସ୍ଥ ପ୍ରିନ୍ସ କଲ୍ୟାଣ ମଣ୍ଡପରେ ବସ୍ତା ଓ ବାଲିଆପାଳ ବ୍ଲକର ଵିଜୁ ଜନତା ଦଳର ସଂଯୋଜକ ଓ ବସ୍ତା ବ୍ଲକର ଵିଜୁ ଜନତା ଦଳର ସଭାପତି ମହାଦେବ ଦାସଙ୍କ ପୌରାହିତ୍ୟରେ ଦୁଇ ଶହରୁ ଅଧିକ ବୁଥ ସ୍ତରୀୟ BLA ମାନଙ୍କୁ ମଂଚାସୀନ ଅତିଥି ବାଲେଶ୍ୱର ଜିଲ୍ଲା ଵିଜୁ ଜନତା ଦଳର ସଭାପତି ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଵିଜୁ ଜନତା ଦଳର ରାଜ୍ୟ ମୁଖ ପାତ୍ର ଓ ବାଲେଶ୍ୱର 2024 ସଂସଦୀୟ ନିର୍ବାଚନ ପ୍ରାଥୀନି ଲେଖାଶ୍ରୀ ସାମନ୍ତ ସିଂହାର ପୂର୍ବତନ ମନ୍ତୀ ଓ ପାଞ୍ଚ ଥର ବସ୍ତା ବିଧାୟକ ଓ ରାଜ୍ୟ ଵିଜୁ ଜନତା ଦଳର ଈପସଭାପତି ରଘୁନାଥ ମହାନ୍ତି , ପୂର୍ବତନ ବାଲେଶ୍ୱର ଜିଲ୍ଲା ପରିଷଦ ସଭାପତି ଗିରିଶ ଦାସ, ବାଲିଆପାଳ ଵିଜୁ ଜନତା ଦଳର ସଭାପତି ଭଗବାନ ଗିରି,14 ନଂବର ଜୁନର ଜିଲ୍ଲା ପରିଷଦ ସଦସ୍ୟା ବିଷ୍ନୁପ୍ରିୟା ଦେବୀ ବକ୍ତବ୍ୟ ଛଳରେ କହିଥିଲେ ଯେ ବାଲେଶ୍ୱର ଵିଜୁ ଜନତା ଦଳରୁ ଅଳିଆ ସଫା ହୋଇଯାଇଛି |ସେମାନେ ଆପେ କରିଥିବା ଦୁର୍ନୀତିକୁ ଘଣ୍ଟ ଘୋଡାଇବା ପାଇଁ ଵିଜୁ ଜନତା ଦଳ ଭଳି ସ୍ୱଚ୍ଛ ଦଳରୁ ଦୁରେଇ ଯାଇଛନ୍ତି |ଦଳ ଠାରୁ ଅର୍ଥ, ପଦପି ଓ କ୍ଷମତା ହାସଲ କରି ନିଜ ଲାଳସା ପୂର୍ଣ୍ଣ କରି ବେଇମାନି ପରି ଅନ୍ୟର ଛାୟଆ ରେ ଆଶ୍ରିତ ହୋଇଛନ୍ତି |ତୁ ତ ମୁତୁରା ମୁଁ ତ ମୁତୁରା ଭଳି ଅନ୍ୟତ୍ର ଆଶ୍ରୟ ନେଇଛନ୍ତି | ଏହାଛଡା ଅତିଥି ମାନେ 6 ନମ୍ବର ଫର୍ମରେ ନୂଆ ଭୋଟର ଯୋଗ ହେବ, 7ନମ୍ବର ଫର୍ମରେ ସଂଶୋଧନ ଓ 8ନମ୍ବର ଫର୍ମରେ ବାଦ ହେବ ବୋଲି ବୁଝାଇ ଥିଲେ |BLA ମାନେ ହେଉଛନ୍ତି ଗଣତନ୍ତ୍ରର ଜାଗ୍ରତ ପ୍ରହରୀ |କାରଣ ଜଣେ ଯୋଗ୍ୟ ଭୋଟର ବାଦ ନ ପଡନ୍ତି କିମ୍ବା ଅଯୋଗ୍ୟ ଭୋଟର ଭୋଟ ଦେଇ ନ ପାରନ୍ତି ସେମାନଙ୍କର କର୍ମ |ଗତ ରାଜ୍ୟ ନିର୍ବାଚନ ରେ SIR ମାଧ୍ୟମରେ ଶାସକ ଦଳ ଯୋଗ୍ୟ ଭୋଟର ମାନଙ୍କୁ ବାଦ ଦେଇ ଓ ଅଯୋଗ୍ୟ ଭୋଟର ମାନଙ୍କୁ ପ୍ରଶୟ ଦେଇ କ୍ଷମତା ହାସଲ କରିଛନ୍ତି ବୋଲି ଜଳ ଜଳ ଦିଶି ଲାଣି |କର୍ମଶାଳାର ପ୍ରାରମ୍ଭରେ ବାଲିଆପାଳ ବ୍ଲକ ଵିଜୁ ଜନତା ଦଳର ସମ୍ପାଦକ ଓ ସାମ୍ବାଦିକ ଡ଼ ସନ୍ନ୍ୟାସୀ ବେହେରା ବେଦ ମନ୍ତ୍ର ପାଠ କରିଥିବାବେଳେ ବାଲିଆପାଳ ବ୍ଲକର ମିଡ଼ିଆ ସଂଯୋଜକ ଶିବାନନ୍ଦ ଦାସ ଅଧିକାରୀ ଧନ୍ୟବାଦ ଦେଇଥିଲେ |