Hot Posts

6/recent/ticker-posts

ଦଳପଡ଼ା ଅଙ୍ଗନୱାଡି କେନ୍ଦ୍ରେ ଠାରେ ଓଜନ ଉତ୍ସବ ଅନୁଷ୍ଠିତ

ଗୋଲାମୁଣ୍ଡା, ୧୧/୦୭ ( ରିତେଶ କୁମାର ମୁଣ୍ଡ ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ସମନ୍ୱିତ ଶିଶୁ ଓ ମହିଳା ବିକାଶ ପ୍ରକଳ୍ପର ମାନଝରୀ ସେକ୍ଟର ଅଧୀନ ଦଳପଡ଼ା ଅଙ୍ଗନୱାଡି କେନ୍ଦ୍ରରେ ଶନିବାର ଓଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ କେନ୍ଦ୍ରର ୦ ରୁ ୬ ବର୍ଷ ବୟସର ଶିଶୁ ମାନଙ୍କୁ ଓଜନ ଓ ଉଚ୍ଚତା ମାପ କରାଯାଇ ଅଭିବୃଦ୍ଧି ଚାର୍ଟ ମାଧ୍ୟମରେ ସେମାନଙ୍କ ଶାରୀରିକ ବିକାଶ ସ୍ଥିତି ନିରୀକ୍ଷଣ କରାଯାଇଥିଲା। ଏହି ଉତ୍ସବ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅପପୁଷ୍ଟି ଶିଶୁଙ୍କୁ ଚିହ୍ନଟ କରି ସେମାନଙ୍କ ଅଭିଭାବକଙ୍କୁ ପୁଷ୍ଟିକର ଖାଦ୍ୟ ଓ ଯତ୍ନ ନେବା ପାଇଁ ପରାମର୍ଶ ଦିଆଯାଇଥାଏ। ଏହି କାର୍ଯ୍ୟକ୍ରମରେ ମହିଳା ପରିଦର୍ଶିକା କୁମାରୀ ରତ୍ନ ମଞ୍ଜରୀ ଶ୍ରିଛୁଆ, ଆଶା ଦିଦି ବିଦୁଲତା ମାଝି ,ଯାଞ୍ଚ କମିଟି ସଦସ୍ୟ, ମାତୃ କମିଟି ଏବଂ ଅଭିଭାବକ ମାନେ ଉପସ୍ଥିତ ରହି ଶିଶୁଙ୍କ ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା କରିବା ସହ ସହଯୋଗ କରିଥିଲେ । ଅଙ୍ଗନୱାଡି କର୍ମୀ ଶ୍ରୀମତୀ ଗୋଲାପି ବାଗ ଓ ସହାୟିକା ସେବନୀ ମାଝି କାର୍ଯ୍ୟକ୍ରମ ଆୟୋଜନ କରିବା ସହ ପରିଚାଳନା କରିଥିଲେ ।