ଦିର୍ଘ ଦିନ ପରେ ହବିଗଞ୍ଜ ନୂତନ ରାସ୍ତା ନିର୍ମାଣ ରେ ବିବାଦ ପ୍ରତିବାଦକଲେ ଗ୍ରାମବାସୀ l
ବାଲେଶ୍ୱର, ୧୮/୦୭ ( ପ୍ରଭାକର ମଲ୍ଲିକ ) : ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଗଡପଦା ପଞ୍ଚାୟତ ଅନ୍ତର୍ଗତ ହବିଗଞ୍ଜ ଠାରୁ କେନ୍ଦୁଡାଙ୍ଗରି ପର୍ଯ୍ୟନ୍ତ ୩ଶହ କିଲୋ ମିଟର ରାସ୍ତା ୮ଫୁଟ ଓସାର ର ଥିବା ବେଳେ ଏବେ ମୂଖ୍ଯମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ପ୍ରସସ୍ଥିକରଣ ହୋଇ ୧୨ଫୁଟ୪ଇଞ୍ଚ ରେ କାର୍ଯ୍ଯ ଚାଲିଛି । ଦିର୍ଘଦିନରୁ ଏଇ ରାସ୍ତା ପାଇଁ ଗ୍ରାମବାସୀ ଙ୍କ ବାରମ୍ବାର ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ନିର୍ମାଣ ଆରମ୍ଭ ହୋଇଛି | କେନ୍ଦୁ ଡାଙ୍ଗିର ଠାରୁ ହବିଗଞ ୩କିଲୋ ମିଟର ପୁଣି ରାସ୍ତାର ଉଭୟ ପାଶ୍ବରେ ଡ୍ରେନ ପାଇଁ ସରକାରୀ ଯାଗା ରହିଅଛି । ଯାଗା ମାପକରି ସରକାରୀ ଯାଗା ଚିହ୍ନଟ ପରେ ଦୁଇ ପାର୍ଶ୍ବରେ ଡ୍ରେନ ହେବ ବୋଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି । ତେବେ ରାସ୍ତାର ଦୁଇପାଶ୍ବରେ ଡ୍ରେନ ହେଲେ ପାଣି ନିସ୍କାସନ ହୋଇ ପାରିବ ବୋଲି ହବିଗଞ ୧୪ନଂ ୱାଡ ସଭ୍ଯ ସୁଦାମ ସାହୁ ଗ୍ରାମବାସୀ ସନାତନ ବାରିକ ସୁକାନ୍ତୀ ଦଳେଇ ଚର୍ତ୍ତୃଭୂଜ ବାରିକ ଆଦିକନ୍ଦ ସାହୁ ଶତୃଘନ ଦଳେଇ ପ୍ରିୟବ୍ରତ ପଣ୍ତା ହରେକୃର୍ଷ୍ଣ ସାହୁ ସଞୁଦଳେଇ ରଶ୍ମୀ ଦଳେଇ ଶାନ୍ତୀଲତା ମାଝୀ ସମେତ ସମସ୍ତ ୨ଶହରୁ ଉର୍ଦ୍ଧ ଗ୍ରାମବାସୀ ମଧ୍ଯରେ ଆନନ୍ଦର ଲହରି ଖେଳିଯାଇଛି l