କଟକ ଜିଲ୍ଲରେ ନୂତନ ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଯୋଗଦାନ
କଟକ, ୦୮/୦୭ ( କାହୁଁ ଚରଣ ବାରିକ ) : ଶ୍ରୀ ସୁଗୁଡା ମୁର୍ମୁ, କଟକ ଜିଲାର ମୁଖ୍ୟ ଯୋଗାଣ ଅଧିକାରୀ ଭାବେ ଆଜି କାର୍ଯ୍ୟରେ ଯୋଗ ଦେଉଛନ୍ତି। ଏହି ଅବସରରେ କଟକ କଲେକ୍ଟରେଟ ଷ୍ଟାଫ କମିଟିର ସଭାପତି ଶ୍ରୀ ନରେଶ ଚନ୍ଦ୍ର ମହାପାତ୍ର, ଉପ-ସଭାପତି ଅଜୟ କୁମାର ମୁଦୁଲି, ସାଧାରଣ ସମ୍ପାଦକ ସୁବ୍ରତ କୁମାର ସାହୁ, ସମ୍ପାଦକ(ସଂଗଠନ) ସଞ୍ଜୟ କୁମାର ସାହୁ ଏବଂ କଟକ ଜିଲ୍ଲା ରାଜସ୍ବ ଅମଲା ସଂଘ ସଭାପତି ଶ୍ରୀ ସୁଧାଂଶୁ ଭୂଷଣ ମହାପାତ୍ର, ସମ୍ପାଦକ ସୂର୍ଯ୍ୟକାନ୍ତ ପାଣି ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ. ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଷ୍ଟାଫ କମିଟିର କର୍ମକର୍ତ୍ତା, ସମସ୍ତ କର୍ମଚାରୀଙ୍କ ସହ ସମନ୍ୱୟ ରକ୍ଷା କରି ଜନ-ସାଧାରଣଙ୍କ ପାଇଁ କାର୍ଯ୍ୟ କରିବେ ବୋଲି ମତବ୍ୟକ୍ତ କରିଥିଲେ. ଏହି ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ଯୋଗାଣ ଅଧିକାରୀ କେ. ଚନ୍ଦ୍ର ଶେଖର ରାଓ, ଅତିରିକ୍ତ ଯୋଗାଣ ଅଧିକାରୀ ଦୀପକ ବେହେରା, ମଧୁସ୍ମିତା ମହାପାତ୍ର, ସହାୟକ ଯୋଗାଣ ଅଧିକାରୀ ରାଜଲକ୍ଷ୍ମୀ ପାତ୍ର, ବିଷ୍ଣୁ ପରିଡାଙ୍କ ସହ ମହାନଗର ନିଗମ ନିରୀକ୍ଷକ,ଶ୍ରୀ ଦେବୀ ପ୍ରସାଦ ଦାସ, ଇତିଶ୍ରୀ ଜେନା, ସହାୟକ ନିବନ୍ଧକ ଯୋଗାଣ ନିଗମ,ରୋଜାଲିନ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ