Hot Posts

6/recent/ticker-posts

ଗୋପବନ୍ଧୁ ଦାସ ଙ୍କ ଶ୍ରାଦ୍ଧ ଦିବସ ପାଳିତ

ବେଗୁନିଆ, ୧୪/୦୭ ( ମାନସ ରଞ୍ଜନ କର ) : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବେଗୁନିଆ ସଦର ମହକୁମା ସ୍ଥିତ ପି.ଏମ.ଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ଦିନ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବେଗୁନିଆ ଗ୍ରାମ୍ୟ କମିଟିର ସଭାପତି ମାୟାଧର ମାର୍ଥା, ମୁଖ୍ୟ ବକ୍ତା ଭାବେ ବିଦ୍ୟାଳୟ ପରିଚାଳନା ପରିଷଦ ର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବାରିକ, ପଞ୍ଚ ସଖା ଶିକ୍ଷା ସେତୁ ସଙ୍ଗଠନ ର ଉପାଧ୍ୟକ୍ଷ ଭବାନୀଶଙ୍କର ଜୟସିଂହ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଶିକ୍ଷକ ସୌମ୍ୟରଞ୍ଜନ ସାହୁଙ୍କ ଦ୍ୱାରା ସ୍ୱାଗତ ଭାଷଣ ପରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ମାଲ୍ୟାର୍ପଣ ଓ ଅଙ୍ଗବସ୍ତ୍ର ପ୍ରଦାନ କରି ପ୍ରଦୀପ ପ୍ରଜ୍ବଳନକରିଥିଲେ। ଏହି ଅବସରରେ ଏକ ଆଲୋଚନା ଚକ୍ର ଶିକ୍ଷୟିତ୍ରୀ ବିଜୟ ଲକ୍ଷ୍ମୀ ସାମନ୍ତରାୟ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ସୂର୍ଯ୍ୟକାନ୍ତ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ନୂତନ ଓଡ଼ିଶା ଗଠନ ଦିଗରେ ଗୋପବନ୍ଧୁଙ୍କ ଭୂମିକା ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ।  ଶିକ୍ଷୟିତ୍ରୀ ମୋହିନୀ କାନ୍ତି ଦାସ ଏବଂ ଲକ୍ଷ୍ମୀପ୍ରିୟା ତ୍ରିପାଠୀଙ୍କ ଦ୍ଵାରା ଗୋପବନ୍ଧୁ ଦାସ ଙ୍କ ଜୀବନୀ ଉପରେ କୁଇଜ୍ ପ୍ରତିଯୋଗିତା କରାଯାଇଥିଲା। ଉକ୍ତ ପ୍ରତିଯୋଗିତାରେ ପ୍ରାଚୀ ପ୍ରଧାନ, ଆଦ୍ୟାଶା ସାହୁ ଏବଂ ଶେଖ୍ ସାହିଦ୍ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଶିକ୍ଷୟିତ୍ରୀ ରିଶ୍ମାରଶ୍ମୀ ପାଇକରାୟ,ଆଶା ମୂର୍ମୁ, ଶିକ୍ଷକ ହିମାଂଶୁ ଭୁଷଣ ସ୍ୱାଇଁ ସହଯୋଗ କରିଥିବା ବେଳେ ଶିକ୍ଷକ ପ୍ରଭାତ ନିଶଙ୍କ ଧନ୍ୟବାଦ ଅର୍ପଣ କରିଥିଲେ।