Hot Posts

6/recent/ticker-posts

ମେରା ଯୁବ ଭାରତ କଳାହାଣ୍ଡିର ଜିଲ୍ଲା ପରାମର୍ଶଦାତା କମିଟି ଓ ଜିଲ୍ଲା ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ

ଭବାନୀପାଟଣା, ୧୪/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ଯୁବ ଭାରତ (MY Bharat)ର ଜିଲ୍ଲା ପରାମର୍ଶଦାତା କମିଟି (District Advisory Committee)ର ପ୍ରଥମ ବୈଠକ ଏବଂ ଜିଲ୍ଲା ସମନ୍ୱୟ କମିଟି (District Coordination Committee)ର ବୈଠକ ଭବାନୀପାଟଣା ସ୍ଥିତ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲାରେ ଯୁବ ସଶକ୍ତିକରଣ, ସ୍ୱେଚ୍ଛାସେବା, ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ସମନ୍ୱୟ ଏବଂ MY Bharat କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ଉପରେ ଆଲୋଚନା କରାଯାଇଥିଲା। ଏ.ଡି.ଏମ୍ (ଜେନେରାଲ) ତନ୍ମୟ କୁମାର ଦରୱାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କଲାହାଣ୍ଡି ର ଜିଲ୍ଲା ଯୁବ ଅଧିକାରୀ ବଂଶ ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ବୈଠକର ଏଜେଣ୍ଡା ଉପସ୍ଥାପନ କରିଥିଲେ। ସେ ଏପ୍ରିଲରୁ ଜୁନ୍–୨୦୨୬ ପର୍ଯ୍ୟନ୍ତ ଜିଲ୍ଲାରେ ଆୟୋଜିତ MY Bharat କାର୍ଯ୍ୟକ୍ରମର ସମୀକ୍ଷା, ୨୦୨୬–୨୭ ବାର୍ଷିକ କାର୍ଯ୍ୟଯୋଜନା, ବିଭିନ୍ନ ବିଭାଗ ସହ ସମନ୍ୱୟ ଏବଂ ଯୁବମାନଙ୍କ ସକ୍ରିୟ ଅଂଶଗ୍ରହଣ ବୃଦ୍ଧି ଉପରେ ବିସ୍ତୃତ ଆଲୋଚନା କରିଥିଲେ। ବୈଠକରେ ବିବେକାନନ୍ଦ ମହାନନ୍ଦ (ଜିଲ୍ଲା ସଂସ୍କୃତି ଅଧିକାରୀ), ରମେଶ ଚନ୍ଦ୍ର ପାଢ଼ୀ (ଜିଲ୍ଲା କ୍ରୀଡ଼ା ଅଧିକାରୀ), ସାଧୁ ଶରଣ ପ୍ରସାଦ (DEO କାର୍ଯ୍ୟାଳୟ), ଜୟନ୍ତ କୁମାର ଦଣ୍ଡସେନା (NSS Programme Coordinator), ସୁବ୍ରତ କୁମାର ତ୍ରିପାଠୀ (Director, Jana Shikshan Sansthan, Kalahandi) ରୂପସିଂହ ରାଉତ (DPEO), ଶମ୍ଭୁ ବିଶି (Youth Leader, Kalahandi), ଦିନେଶ କୁମାର କନ୍ହର (DSSO-cum-DIPRO), ଡ଼ଃ ନିହାର ପଣ୍ଡା, ଅନ୍ସୁମାନ ବାବୁ (Representative, Child Protection Department), ଦୁତିଆ ବନଛୋର (APS, MY Bharat), ଙ୍କ ସମେତ ସ୍ୱାସ୍ଥ୍ୟ, ଶିକ୍ଷା, କ୍ରୀଡ଼ା, ସଂସ୍କୃତି, ଦକ୍ଷତା ବିକାଶ, ସୂଚନା ଓ ପ୍ରସାରଣ ସହ ବିଭିନ୍ନ ବିଭାଗର ସଦସ୍ୟମାନେ ଉପସ୍ଥିତ ଥିଲେ। ବୈଠକରେ MY Bharat Portal (Mybharat.gov.in)ରେ ଅଧିକରୁ ଅଧିକ ଯୁବକ-ଯୁବତୀଙ୍କ ପଞ୍ଜୀକରଣ, ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ, ଯୁବ କ୍ଲବ ଓ ସ୍ୱେଚ୍ଛାସେବୀ ସଂଗଠନକୁ ପୋର୍ଟାଲ ସହ ସଂଯୁକ୍ତ କରିବା, ପ୍ରତ୍ୟେକ କଲେଜରେ ନୋଡାଲ ଅଫିସର ଓ କ୍ୟାମ୍ପସ ଆମ୍ବାସାଡର ନିଯୁକ୍ତି, ଯୁବମାନଙ୍କୁ ସରକାରୀ କାର୍ଯ୍ୟକ୍ରମ ଓ ସ୍ୱେଚ୍ଛାସେବା ସହ ଯୋଡ଼ିବା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟକୁ ଆହୁରି ସୁଦୃଢ଼ କରିବା ଉପରେ ବିସ୍ତୃତ ମତବିନିମୟ ହୋଇଥିଲା। ଏହାପରେ ଜିଲ୍ଲା ସମନ୍ୱୟ କମିଟିର ବୈଠକରେ ସ୍ୱାସ୍ଥ୍ୟ, ଶିକ୍ଷା, କ୍ରୀଡ଼ା, ଦକ୍ଷତା ବିକାଶ, ସଂସ୍କୃତି ଓ ଅନ୍ୟାନ୍ୟ ବିଭାଗର ସହଯୋଗରେ ବର୍ଷସାରା ଯୁବମୁଖୀ କାର୍ଯ୍ୟକ୍ରମ ଆୟୋଜନ, ଗ୍ରାମ ଓ ସହରାଞ୍ଚଳରେ ଯୁବ କ୍ଲବଗୁଡ଼ିକୁ ସକ୍ରିୟ କରିବା, ସ୍ୱେଚ୍ଛାସେବାକୁ ପ୍ରୋତ୍ସାହନ ଦେବା ଏବଂ ଯୁବମାନଙ୍କ ନେତୃତ୍ୱ ବିକାଶ ପାଇଁ ସମନ୍ୱିତ ପଦକ୍ଷେପ ଗ୍ରହଣ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ MY Bharatର ଜିଲ୍ଲାବ୍ୟାପୀ ବୃକ୍ଷରୋପଣ, ସ୍ୱଚ୍ଛତା ଅଭିଯାନ, ରକ୍ତଦାନ ଶିବିର, ସାମାଜିକ ସଚେତନତା କାର୍ଯ୍ୟକ୍ରମ, ନଶାମୁକ୍ତ ଭାରତ ଅଭିଯାନ ଓ ବ୍ୟାପକ ଯୁବ ପଞ୍ଜୀକରଣ ଅଭିଯାନକୁ ସଫଳ କରିବା ପାଇଁ ସମସ୍ତ ବିଭାଗ ଏବଂ ସଦସ୍ୟମାନଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ କରାଯାଇଥିଲା।