ପଦ୍ମପୁର, ୧୫/୦୭ ( ଆଶିଷ କୁମାର ଭୋଇ ) : ବରଗଡ ଜିଲ୍ଲା ପଦ୍ମପୁର ସ୍ଥାନୀୟ ସିଦ୍ଧି ବିନାୟକ କଲ୍ୟାଣ ମଣ୍ଡପ ଠାରେ ସହୟୋଗ ଅନୁଷ୍ଠାନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଏହି ସମ୍ମିଳନୀରେ ସଂଗଠନ ର ସମ୍ପାଦକ ତାପସ କୁମାର ନାୟକ ୧୬ ତାରିଖ ସହୟୋଗ ଅନୁଷ୍ଠାନ ର ପ୍ରତିଷ୍ଠା ଦିବସ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ପ୍ରତିଷ୍ଠା ଦିବସ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିବା ସହିତ ତିନିଗୋଟି ସ୍ୱେଚ୍ଛାସେବୀ ଅନୁଷ୍ଠାନ ତଥା ଦୁଇ ଜଣ ସ୍ୱେଚ୍ଛାସେବୀ ଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଧାୟିକା ବର୍ଷା ସିଂ ବରିହା, ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ହେମସାଗର ଭୋଇ ଓ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପାଣ୍ଡବ ଶବର ଯୋଗଦେବା କାର୍ଯ୍ଯକ୍ରମ ରହିଥିବା ବେଳେ କୁନି କୁନି ଶିଶୁ ମାନଙ୍କୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଅକାଶ ପଣ୍ତା, ଅବିନାଶ ବହିଦାର ଓ ଦୁର୍ଗାମାଧବ କରଡିଆ ପରିଚାଳନା କରିଥିବା ବେଳେ ସଭାପତି ମୌସମ ପାଗଡା, କୋଷାଧ୍ୟକ୍ଷ ପ୍ରଭୁଦତ୍ତ ପଣ୍ତା, ପ୍ରଦ୍ୟୁମ୍ନ ମେହେର, ରମାକାନ୍ତ ବହିଦାର, ଶିବାଶିଷ ପଟ୍ଟନାୟକ, ରାଜ୍ ସିଂ, ସୋମ ଷଡ଼ଙ୍ଗୀ ପ୍ରମୁଖ ସହଯୋଗ କରିଥିଲେ।
ବରଗଡ ଜିଲ୍ଲା ରୁ ଆଶିଷ କୁମାର ଭୋଇ ଙ୍କ ରିପୋର୍ଟ।
