Hot Posts

6/recent/ticker-posts

ଜାମଶୂଳୀ କଲେଜରେ ବିଦାୟ କାଳୀନ ସମ୍ବର୍ଦ୍ଧନା।

ବାଲେଶ୍ୱର, ୦୬/୦୭ ( ପ୍ରଭାକର ମଲ୍ଲିକ ) : ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଳକ ଅନ୍ତର୍ଗତ ଜାମଶୂଳୀ ସ୍ଥିତ ଲଷ୍ମୀ ନାରାୟଣ କଲେଜରେ ସୋମବାର ତିନି କର୍ମଚାରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସମାରୋହ କଲେଜ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ପ୍ରଧ୍ୟାପକ ଦିବ୍ୟେନ୍ଦୁ ଗିରି ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମାରୋହରେ ବିଦାୟୀ ବରିଷ୍ଠ ଗଣିତ ବିଭାଗ ଅଧ୍ୟାପକ ସୁକାନ୍ତ କୁମାର ଗିରି, ଡେମୋନ ଷ୍ଟ୍ରେଟର ଶ୍ରୀକାନ୍ତ ମହାପାତ୍ର, ଅଣ ଶିକ୍ଷା କର୍ମଚାରୀ ରାଧାକୃଷ୍ଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।ଏହି ବିଦାୟ କାଳୀନ ସଭାରେ ପ୍ରଧ୍ୟାପକ ଦେବବ୍ରତ ଦାସ, ସଂଗ୍ରାମ କେଶରୀ ନାୟକ, ନିର୍ମଳ କୁମାର ସାମଲ, ଅଧ୍ୟାପକ ପ୍ରଭାତ ରଞ୍ଜନ ଦାସ,ଅଜିତ କୁମାର ଭୂୟାଁ,ଦେବେନ୍ଦ୍ର ସେଠୀ,ଅଧ୍ୟାପିକା ତନୁଶ୍ରୀ ନାୟକ, ସୁଧାକର ଦାସ, ପ୍ରମଥ ମାନ୍ନା, ଡେମୋନଷ୍ଟ୍ରେଟର ସଞ୍ଜୟ କୁମାର ଦେ, ମୁଖ୍ୟ କିରାଣୀ ଗୋପୀନାଥ ପଣ୍ଡା ପ୍ରମୁଖ ଯୋଗଦେଇ ତିନି କର୍ମଚାରୀଙ୍କ ଗୁଣ ଗାନ କରିଥିଲେ। କର୍ମଚାରୀ ସଂଘ ପକ୍ଷରୁ ଏହି ଅବସରରେ ତିନି କର୍ମଚାରୀଙ୍କୁ ମାନପତ୍ର,ଉପାୟନ ଓ ଉପଢୌକନ ଆଦି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l ଅଧ୍ୟାପକ ସୁରେଶ ଚନ୍ଦ୍ର ନାୟକ ମଞ୍ଚ ଆବାହନ କରିଥିବା ବେଳେ ଅଧ୍ୟାପକ ତାପସ ତନୟ ନନ୍ଦୀ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପିକା ସ୍ଵାଗତିକା ଜେନା,ମିତାରାଣୀ ଜେନା,ବଂଶୀଧର ନାୟକ, ପ୍ରଶାନ୍ତ କୁମାର ଗିରି ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ରୁପସୀ ଜେନା, ବିଷ୍ଣୁପ୍ରିୟା ଜେନା, ବର୍ଷା ରାଣୀ ଦାସ,ଅଭିଲିପ୍ସା ପରିଡା, ଦୀପିକା ଜେନା ପ୍ରମୁଖ ଛାତ୍ରୀମାନେ ବିଦାୟ ଗୀତିକା ଗାନ କରିଥିଲେ।


ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l