Hot Posts

6/recent/ticker-posts

ଭରୁଆମୁଣ୍ଡା କ୍ଲଷ୍ଟର ସ୍ତରୀୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

ସିନାପାଲି, ୦୪/୦୭ ( ପରମେଶ୍ୱର ମେହେର ) : ସିନାପାଲି ଗୋଷ୍ଟି ଶିକ୍ଷା ଅନ୍ତର୍ଗତ ଭରୁଆମୁଣ୍ଡା କ୍ଲଷ୍ଟରର ଅବସର ଗ୍ରହଣ କରିଥବା ତିନି ଜଣ ଶିକ୍ଷକ ଦେବାର୍ଚ୍ଚନ ଭୋଇ, ଈଶ୍ୱରଲାଲ ମେହେର ଓ ବୁଢା ମାଳିଙ୍କୁ ଆଜି କ୍ଲଷ୍ଟର ସ୍ତରରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି l ଏନେଇ ସ୍ଥାନୀୟ ସାନଗହଟିଆପଡା ପ୍ରାଥମିକ ବିଦ୍ୟାଳୟ ଠାରେ ସିଆରସିସି ରାଧେଶ୍ୟାମ ସୁନାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ବରିଷ୍ଠ ଶିକ୍ଷକ ଜିତେନ୍ଦ୍ର ଠାକୁର, ମୁଖ୍ୟବକ୍ତା ଭାବରେ ଲୋଚନ ମେହେର ଓ ସମ୍ମାନିତ ଅତିଥି ଭାବରେ ରଥାଙ୍ଗ ମେହେର ଯୋଗଦେଇ ବିଦାୟୀ ଶିକ୍ଷକଙ୍କ ଶିକ୍ଷା ପ୍ରତି ସମର୍ପଣ ଓ ତ୍ୟାଗପୂର୍ଣ୍ଣ ଜୀବନର ସ୍ମୃତିଚାରଣ କରିଥିଲେ ।ଏହି ଅବସରରେ ମାନପତ୍ର ଓ ଉପଢୌକନ ଦେଇ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ରୋଜାଲିନ ସେଠି, ଅରବିନ୍ଦ ମେହେର, ସୁଶାନ୍ତ ଦଣ୍ଡସେନା ମାନପତ୍ର ପାଠ କରିଥିଲେ l ନୀଳମଣି ମାଝୀ ମଞ୍ଚ ପରିଚାଳନା କରିଥିଲେ ଓ ଶେଷରେ ସାନୁର୍ଯ୍ୟ ମେହେର ଧନ୍ୟବାଦ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଗିରିଧାରୀ ମେହେର, ଦେବରାଜ ମାଝୀ, ଶରତ ମେହେର, ସଦାନନ୍ଦ ଜାନି, ଦୈତାରୀ ମେହେର, ଜୟକାନ୍ତ ରାଉତ, ରୁଦ୍ରେ ଛତ୍ରିଆ, ପ୍ରେମଳତା ପୂଝାରୀ, ଶୁଭଶ୍ରୀ ମାଝୀ, ରମେଶ ମେହେର, ଟି. ଯେ. ଫିଲିକ୍ସ, ସତ୍ୟବ୍ରତ ଠାକୁର, ହୃଦାନନ୍ଦ ସା, ସଞ୍ଜୟ ମାଝୀ, କୃଷ୍ଣଚନ୍ଦ୍ର ଧାକଡ଼, ବିପିନ ବାଗ, କୋକିଳ ସୁନାନୀ, ସୁବାଷ ଦୀପ, ତ୍ରିବିକ୍ରମ ଗହୀର, ସଞ୍ଜୟ ଗହୀର, କନକ ସିଂହ ବାଗ, ତ୍ରିଲୋଚନ ନିଆଲ, ଗୋବର୍ଧନ ବୈଠାରୁ, ରୂପଧର ମେହେର ପ୍ରମୁଖ ଉପସ୍ଥିତ ଥିଲେ l