Hot Posts

6/recent/ticker-posts

ଗହୁରପଡାରେ ଡ୍ରେନେଜ୍ ଓ ରାସ୍ତା ଅଭାବ, ୧୫ ପରିବାର ଘୋର ଦୁର୍ଦ୍ଦଶାରେ

ନୂଆପଡା, ୧୫/୦୭ ( ପରମେଶ୍ୱର ମେହେର ) : ଘୋର ଦୁର୍ଦଶା ଭୋଗୁଛନ୍ତି ନୂଆପଡା ଜିଲ୍ଲା, ସିନାପାଲି ଗୁଡିଆଛକ ନିକଟସ୍ଥ ଗହୁରପଡାର ପନ୍ଦର ଗୋଟି ପରିବାର। ବିଡମ୍ବନାର ବିଷୟ ଏହି କି ଯେ ଆଜି ପର୍ଯ୍ୟନ୍ତ ଏଠି ସରକାରୀ ଯୋଜନାରୁ କୌଣସି ପ୍ରକାର ଗଳିରାସ୍ତା କାମ କିମ୍ବା ଡ୍ରେନେଜ ବ୍ଯବସ୍ଥା ହୋଇପାରିନାହିଁ। ବର୍ଷା ଋତୁରେ ସିନାପାଲି ବସ୍ତିପାଣି ଏହି ପଡା ଗଲିରାସ୍ତା ଦେଇ ପ୍ରବାହିତ ହୋଇଥାଏ, ଯାହା ଫଳରେ ଅଞ୍ଚଳ ବାସୀ ଜଳବନ୍ଦି ହୋଇ ରହିଥାନ୍ତି । ଏଠିକାର ଜନସାଧାରଣ ଏହି ସମସ୍ଯା ସମନ୍ଧେ ସ୍ଥାନୀୟ ସରପଞ୍ଚ ଏବଂ ବ୍ଳକ ପ୍ରଶାସନ କୁ ବାରମ୍ବାର ଲିଖିତ ଅଭିଯୋଗ କଲାପରେ ମଧ୍ଯ କୌଣସି ସୁଫଳ ମିଲିନାହିଁ । ଏହି ବିକଟାଳ ସମସ୍ଯାକୁ ନେଇ ଜନ ଅସନ୍ତୋଷ ତେଜିବାକୁ ଲାଗିଛି। ଆଗାମୀ ଦିନରେ ସ୍ଥାନୀୟ ବାସିନ୍ଦା ତିବ୍ର ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଉଛନ୍ତି। ଆଗକୁ ଦେଖିବାର ଅଛି ଏହି ସମସ୍ଯାର ସମାଧାନ କେବେ ହେଉଛି ।


 ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ