Hot Posts

6/recent/ticker-posts

ଲଇକେରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ଲଇକେରା, ୧୫/୦୭ ( ନବଦୂତ ) : ଝାରସୁଗୁଡା ଜିଲ୍ଲା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଲଇକେରା ଠାରେ ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ ମିଳିତ ଆନୁକୁଲ୍ୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଆୟୋଜିତ ସଭାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ଝାରସୁଗୁଡା ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା ଯୋଗଦେଇ ଗଛର ଯତ୍ନ ନେବା ଓ ପରିବେଶ କୁ ବଞ୍ଚାଇବା ବିଷୟରେ ଅବଗତ କରିଥିଲେ । ଏହି ଶୁଭ ଅବସର ରେ ଦିଲ୍ଲୀପ କୁମାର ମାଝୀ ତହସିଲଦାର ଲଇକେରା ମୂଖ୍ୟ ଅତିଥି ଭାବରେ ଯୋଗଦେଇ ନିଜ ଛାତ୍ର ଜୀବନର ଅନୁଭୂତି ତଥା ପରିବେଶ ଉପରେ କିଛି ଉଦବୋଧନ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ କମଳ ଲୋଚନ ଦାଶ ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସଚେତନତା ଉପରେ ବାର୍ତ୍ତା ଦେଇଥିଲେ । ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ରାସେଶ୍ୱର ସାହୁ ""ବୃକ୍ଷ ହିଁ ଜୀବନ"" ବିଷୟରେ ସମ୍ଯକ ଧାରଣା ଦେଇଥିବା ବେଳେ ଯୁବ ରେଡକ୍ରସ କାଉନସିଲର ଚନ୍ଦ୍ରିକା ମାଝୀ ଭବିଷ୍ୟତ ପୀଢି ପାଇଁ ଗଛର କିପରି ସୁରକ୍ଷିତ ରହିବ ସେ ବିଷୟରେ ମତାମତ ଦେଇଥିଲେ ।ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ଅଧ୍ୟାପକ ସୁଶାନ୍ତ କୁମାର ରଥ,ପ୍ରବିଣ କୁମାର ନାଏକ, ରୁଦ୍ରାକ୍ଷ କୁମାର ପ୍ରଧାନ ଏବଂ ଅଧ୍ୟାପିକା ସୁପ୍ରଭା ନାଏକ, ଯେମିନୀ ନେଟୀ ଓ ଅନ୍ୟାନ୍ୟ ଅଣ ଶିକ୍ଷକ କର୍ମଚାରୀମାନେ ଉପସ୍ଥିତ ଥିଲେ ।କାର୍ଯ୍ୟକ୍ରମକୁ ରସାୟନ ବିଜ୍ଞାନର ଅଧ୍ଯାପକ ସୁଦୀପ ପୁରୋହିତ ସଭା ସଂଯୋଜନା କରିଥିବାବେଳେ ଯୁବ ରେଡକ୍ରସ୍ କାଉନସିଲର୍ ଚନ୍ଦ୍ରିକା ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।