ମା' ଠାକୁରାଣୀ ପୀଠସ୍ଥଳୀ ରେ ଭୋଗ ମଣ୍ଡପ ଶିଳାନ୍ୟାସ କଲେ ମନ୍ତ୍ରୀ ଓ ଝରିଗାଁ ବିଧାୟକ ।
ଝରିଗାଁ, ୧୭/୦୭ (ନକୁଲ ଭତରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ମୁଖ୍ୟ ରାଜପଥ ରାସ୍ତା କଡ଼ରେ ଅବସ୍ଥିତ ପ୍ରସିଦ୍ଧ ବିଡରି ମା' ଠାକୁରରାଣୀ l ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଏବଂ ଝରିଗାଁ ବିଧାୟକ ନରସିଂହ ଭତରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ମା' ଠାକୁରାଣୀ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ବୃକ୍ଷରୋପଣ କରିଥିଲେ। ବିଡରି ମା' ଠାକୁରାଣୀ ଏହି ଅଞ୍ଚଳର ଆରାଧ୍ୟ ଦେବୀ। ପ୍ରତିଦିନ ଶହ ଶହ ଶ୍ରଦ୍ଧାଳୁ ଓ ଭକ୍ତମାନେ ମା'ଙ୍କ ଦର୍ଶନ, ପୂଜାର୍ଚ୍ଚନା ଓ ମନସ୍କାମନା ପୂରଣ ପାଇଁ ଏଠାକୁ ଆସିଥାନ୍ତି। ଏଠାରେ ଭୋଜିଭାତ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ରହିଥିବା ବେଳେ ଶ୍ରଦ୍ଧାଳୁମାନଙ୍କ ପାଇଁ ଆଉ ଏକ ସ୍ଥାୟୀ ଆଶ୍ରୟସ୍ଥଳୀ ଓ ଆବଶ୍ୟକ ଭିତ୍ତିଭୂମି ନିର୍ମାଣର ଆବଶ୍ୟକତା ରହିଛି। ଏହି ଅବସରରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ, ମା' ଠାକୁରାଣୀ ପୀଠର ସାମଗ୍ରିକ ବିକାଶ ପାଇଁ ଡିପିଆର (DPR) ପ୍ରସ୍ତୁତ କରାଯାଇଛି ଏବଂ ଏହାକୁ ଓଡ଼ିଶା ସରକାରଙ୍କ ନିକଟରେ ଦାଖଲ କରାଯିବ। ସରକାରୀ ଅନୁଦାନରେ ଏକ ସୁନ୍ଦର ମଣ୍ଡପ, ରାସ୍ତା ସହ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କରାଯିବ ବୋଲି କହିଥିଲେ। ଝରିଗାଁ ବିଧାୟକ ନରସିଂହ ଭତରା କହିଥିଲେ ଯେ, ବିଡରି ମା' ଠାକୁରାଣୀ ପୀଠକୁ ପ୍ରତିବର୍ଷ ହଜାର ହଜାର ଶ୍ରଦ୍ଧାଳୁ ବିଭିନ୍ନ ଅଞ୍ଚଳରୁ ଆସି ମା'ଙ୍କ ନିକଟରେ ମନସ୍କାମନା କରିଥାନ୍ତି। ତେଣୁ ଏହି ପୀଠର ସର୍ବାଙ୍ଗୀଣ ବିକାଶ ପାଇଁ ମନ୍ତ୍ରୀଙ୍କ ସହ ଆଲୋଚନା କରି ସମସ୍ତ ପ୍ରକାର ପ୍ରୟାସ ଜାରି ରହିବ ବୋଲି ସେ କହିଥିଲେ। ଅତିଥିମାନେ ବୃଦ୍ଧି ଜୀବି, ସମାଜ ସେବୀ, ରାଜନେତା ଏହିଠାରେ ଆସିଥିବା ଶ୍ରଦ୍ଧାଳୁ ସହ ଇଛା ରେ କାମ କୁ ଆଗେଇ ନେବା ପାଇ ଟଙ୍କା ଦେଇପାରିବେ ବୋଲି କହିଥିଲି କାର୍ଯ୍ୟକ୍ରମରେ ଏସ୍ଡିସି ଅଧ୍ୟକ୍ଷ ବାସନ୍ତୀ ମାଝୀ, ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ବିଧାୟକ ପ୍ରତିନିଧି ଗଣପତି ସାହୁ, ଧଡ୍ରା ସରପଞ୍ଚ ମହେନ୍ଦ୍ର ଭତରା, ମହେଶ୍ୱର ହରିଜନ, ଅରୁଣ ପନକା, ବୁଦ୍ଧିଜୀବୀ କେଦାରେଶ୍ୱର ପଟ୍ଟନାୟକ, ବଂଶୀଧର ଭୂୟାଁ, ମନ୍ଦିର କମିଟି ସଭାପତି କୃଷ୍ଣ ପୂଜାରୀ, ସଦା ପୂଜାରୀ, ସଭା ପନକା, ଧଡ୍ରା ମଣ୍ଡଳ ସଭାପତି ବୁଜ ବଲ ଗୌଡ଼,ଖIଣ୍ଡା ମଣ୍ଡଳ ସଭାପତି ଉତ୍ତମ ହରିଜନ, ବୋରଣ୍ଡି ମଣ୍ଡଳ ସଭାପତି ଇଶ୍ୱର ଭତରା, ଆସୁ ମଣ୍ଡଳ, ସମିରଣ ରୟ, କାଲା ଦା, ସୁଜନ ଭୋକ୍ତ, ଯୋଜେନ୍ଦ୍ର ପାଣ୍ଡେ, ପୁରୁସ୍ତମ ଗଣ୍ଡ ସହ ବୁଦ୍ଧି ଜୀବି ସମାଜ ସେବୀ ଉପସ୍ଥିତ ଥିଲେ