ବାଲେଶ୍ୱର, ୧୭/୦୭ ( ପ୍ରଭାକର ମଲ୍ଲିକ ) : ବସ୍ତା ବ୍ଲକ ଅନ୍ତର୍ଗତ ଗୁଡ଼ିଖାଳ ସ୍ଥିତ କୁଳିଦା ଜନସେବା କେନ୍ଦ୍ର ପକ୍ଷରୁ ସିଏସ ସି ଏସପିଭିର ୧୭ ତମ ପ୍ରତିଷ୍ଠା ଦିବସ ଅବସରରେ ଆଜି କେନ୍ଦ୍ରର ସପ୍ତମ ବାର୍ଷିକ ସ୍ବେଚ୍ଛା କୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ରକ୍ତଦାତା ସଂଘ ସହଯୋଗରେ କେନ୍ଦ୍ର ପରିସରରେ ଅନୁଷ୍ଠିତ। ଶିବିରକୁ ସଙ୍ଘ ର ଉପସଭାପତି ତଥା ପରିବେଶବିତ ସୁମନ୍ତ କୁମାର ଜେନା ଉଦ ଘାଟନ କରିଥିବା ବେଳେ ମୁଖ୍ୟଅତିଥି ଭାବେ ଅମର୍ଦାରୋଡ ଫାଣ୍ଡି ଅଧିକାରୀ ବିଜୟ କୁମାର ବାରିକ, ବରେଣ୍ୟଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଅନ୍ନପୂର୍ଣ୍ଣା ସେନାପତି, ଅନ୍ୟତମ ସମ୍ମାନିତ ଅତିଥି ଭାବେ ନାଏବ ସରପଞ୍ଚ ଅରବିନ୍ଦ ପ୍ରଧାନ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରବୀନ୍ଦ୍ର ନାଥ ମହାନ୍ତି, ବସନ୍ତ କୁମାର ଦେ, ଆଦର୍ଶ ଶିକ୍ଷକ ଗଛ ମଣିଷ ଗଣେଶ ଚନ୍ଦ୍ର ଜେନା, ସମାଜସେବୀ ଜୟକୃଷ୍ଣ ସେନାପତି ଓ ସଂଘର ଆଜୀବନ ସଦସ୍ୟ ଅଂଶୁମାନ ପ୍ରଧାନ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ ଆୟୋ ଜକଙ୍କୁ ସାଧୁ ବାଦ ଜଣାଇଥିଲେ। ବାଲେଶ୍ଵର ରକ୍ତକେନ୍ଦ୍ରର କର୍ମ ଚାରୀ ମାନେ ସଂଗ୍ରହ କରିଥିଲେ। ଜନସେବା କେନ୍ଦ୍ର ଉଦ୍ୟୋକ୍ତା ଜନ୍ମେଜୟ ପରିଡ଼ାଙ୍କ ତତ୍ତ୍ଵାବଧାନରେ ଆୟୋ ଜିତ ଶିବିରରେ ଶିକ୍ଷକ ପୀତା ମ୍ବର ନାୟକ, ଅଭିମନ୍ୟୁ ପ୍ରଧାନ, ଅବସରପ୍ରାପ୍ତ ବ୍ୟାଙ୍କ କର୍ମ ଚାରୀ ଅଶ୍ଵିନୀ କୁମାର ଦାସ, ଗଣେଶ ଚନ୍ଦ୍ର ନାୟକ, ଚିତ୍ତରଞ୍ଜନ ପରିଡ଼ା, ବଙ୍କିମ ବେହେରା, ନନ୍ଦ କିଶୋର ଜେନା, ଅଞ୍ଜନ କୁମାର ଦତ୍ତ, ମଧୁସୂଦନ ଦତ୍ତ, ସତ୍ୟନାରାୟଣ ବେଜ, ଶ୍ରୀଚନ୍ଦନ ଦତ୍ତ, ଉମେଶ ଚନ୍ଦ୍ର ବେଜ, ଅରୁଣ ଲେଙ୍କା, ଅରୁଣ ପରିଡା, ସଞ୍ଜିବ କୁମାର ନାଥ, ଶଶୀକାନ୍ତ ବେହେରା, ଗୌରାଙ୍ଗ ଜେନା, ଦେବାଶିଷ ଦାସ ମହା ପାତ୍ର, ଅଜୟ ବେହେରା, ରଜତ କୁମାର ଜେନା, ଗୌରାଙ୍ଗ ଚୌଧୁରୀ ,କେନ୍ଦ୍ରର ଅପରେଟର ସପନ କୁମାର ବେହେରା, ନିମାଇଁବେହେରା, ଅରବିନ୍ଦ ଚୌଧୁରୀ ପ୍ରମୁଖସହଯୋଗ କରିଥିଲେ। ଶିବିରରୁ ମୋଟ ୨୩ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏହି ଉପଲକ୍ଷେ କେନ୍ଦ୍ର ପକ୍ଷରୁ ପ୍ରତ୍ୟେକ ରକ୍ତଦାତାଙ୍କୁ ଗୋଟିଏଗୋଟିଏ ଚାରା ଓ ଘରୋଇ ଉପକରଣ ଉପହାର ଦିଆଯାଇଥିଲା।(ଫଟୋ)
ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l
