Hot Posts

6/recent/ticker-posts

ତେରେସିଂହା ରେ ରଥଯାତ୍ରା ଅନୁଷ୍ଠିତ

କର୍ଲାମୁଣ୍ଡା, ୧୭/୦୭ (ସୁଶାନ୍ତ ରଣା) : କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ତେରେସିଂହା ଗ୍ରାମରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ମନ୍ଦିରରୁ ମହାପ୍ରଭୁ ବାହାରି ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ପ୍ରଥମେ ପ୍ରଭୁଙ୍କର ନୀତିକ୍ରାନ୍ତି ସହ ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ତିନି ଠାକୁର ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥ ପହଣ୍ଡିରେ ଆସି ରଥାରୂଢ଼ ହୋଇଥିଲେ। ଗ୍ରାମର ଗୌନ୍ତିଆ ପଦ୍ମମୁଖ ପଧାନ ଛେରା ପହରା କରିଥିବା ବେଳେ ପୂଜକ ଡୋଳାମଣି ପଣ୍ଡିଆ ପୂଜା କାର୍ଯ୍ୟ ସଂପାଦନ କରିଥିଲେ l ରଥଯାତ୍ରା ଦେଖିବାକୁ ଆଖପାଖ ଅଂଚଳର ଶହ ଶହ ଭକ୍ତଙ୍କର ସମାଗମ ହୋଇଥିଲା l ଭକ୍ତଙ୍କର ଜୟ ଜଗନ୍ନାଥ, ହରିବୋଲ, ହୁଳହୁଳି, ଘଣ୍ଟ, ଶଙ୍ଖ ନାଦ ଓ ସଂକୀର୍ତ୍ତନ୍ୟ ଦଳର ନୃତ୍ୟ ତାଳେ ତାଳେ ମହାପ୍ରଭୁଙ୍କର ରଥ ଆଗକୁ ଆଗକୁ ବଢ଼ି ଚାଲିଥିଲା l ରଥର ଡାହୁକ ଭାବେ ଅକୃର ଗହୀର ଦାୟିତ୍ୱ ତୁଳାଇ ଥିଲେ। ଏହି ଅବସରରେ ବିଜୟ କୁମାର ପୁରୋହିତ, ମୁରଲୀଧର ରଣା, ସୁବିନ୍ଦ୍ର ରଣା, ଗିରିଶ ଚନ୍ଦ୍ର ମିଶ୍ର, ବିକାଶ ପୁରୋହିତ, ଛନ୍ଦା ଚରଣ ପଣ୍ଡିଆ, ଚୂଡ଼ାମଣି ମିଶ୍ର ପ୍ରମୁଖ କାର୍ଯ୍ୟ ତୁଳାଇ ଥିଲେ। ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଭାପତି ଚତୃଭୁଜ ରଣା, କୋଷାଧ୍ୟକ୍ଷ ମଙ୍ଗଳ ମାଝୀ ଓ ସମ୍ପାଦକ ଦେବେନ୍ଦ୍ର ରଣାଙ୍କ ନେତୃତ୍ୱରେ କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ।