ଗଣମାଧ୍ୟମ ର ମହାପ୍ରଭାବ: ଚେଇଁ ଉଠିଲା ପ୍ରଶାସନ
ସିନାପାଲି, ୧୬/୦୭ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା, ସଦର ସିନାପାଲି ଜନସାଧାରଣଙ୍କ ବହୁ ଦିନର ଦାବି ଏବେ ପୂରଣ ହେଲା । ଲୋକମାନଙ୍କ ଦୀର୍ଘଦିନ ର ଦାବି ଥିଲା ଯେ ବର୍ଷା ଋତୁରେ ରାସ୍ତା ଉପରେ କାଦୁଅ ଲଚପଚ ଆଣ୍ଠୁଏ ପାଣି ଜମାଟ ବାନ୍ଧୁ ଥିବା ସିନାପାଲି ଗୁଡ଼ିଆଛକ ଠାରୁ ହିମାଂଶୁ କ୍ଳଥଷ୍ଟୋର୍ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ। ଲୋକମାନଙ୍କ ଦୁର୍ଦ୍ଦଶା ଏବଂ ପ୍ରଶାସନ ର ନୀରବତା କୁ ଲକ୍ଷ କରି ଅନେକ ଗଣମାଧ୍ୟମ ରେ ଏହା ପ୍ରସାରିତ- ପ୍ରଚାରିତ ହୋଇଥିଲା । ଯାହା ଫଳରେ ବିଭିନ୍ନ ମହଲରୁ ପ୍ରଶାସନ କୁ ନିନ୍ଦା କରାଗଲା। ବର୍ତ୍ତମାନ ସୂଚନା ମୁତାବକ ପି. ଡବ୍ଲୁ.ଡି ବିଭାଗ, ଜଣେ ଠିକାଦାର ସହିତ କଥାବାର୍ତ୍ତ କରି ଲୋକମାନଙ୍କ ଆକ୍ରୋଶ କୁ ଏଡ଼ାଇବା ପାଇଁ ବିନା ଟେଣ୍ଡର୍ ରେ ଏବଂ ସରକାରୀ ଅନୁଦାନ ବିନା ଉକ୍ତ ରାସ୍ତାକୁ କଂକ୍ରିଟ କରଣ କରାଉଛନ୍ତି । ସୂଚନା ମିଲୁଛି ଯେ ପରବର୍ତ୍ତୀ ସମୟରେ ଯେ କୌଣସି ଅନୁଦାନ ରୁ ଉକ୍ତ ଠିକାଦାର ର ଖର୍ଚ୍ଚ ପାଉଣା ପଇଠ କରାଯିବ । ଲୋକେ କିଛି ମାତ୍ରାରେ ସନ୍ତୁଷ୍ଟ ଜଣା ପଡ଼ୁଛନ୍ତି ତଥାପି ସେମାନେ ପ୍ରଶାସନ ନିକଟରେ ଦାବି ରଖୁଛନ୍ତି ଯେ ବସ୍ତି ରାସ୍ତା କୁ ଡିମାର୍କେସନ୍ କରି ରାସ୍ତାର ଦୁଇ ପଟେ ସ୍ଥାୟୀ ଡ୍ରେନେଜ୍ ର ବ୍ଯବସ୍ଥା କରାଯଉ। ବର୍ତ୍ତମାନ ପ୍ରଶାସନ ଉପରେ କାର୍ଯ୍ୟ ନ୍ଯସ୍ତ ରହିଲା ସେମାନେ କରିବେ ତ କ'ଣ କରିବେ ।
ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ