ଡାକ୍ତରୀ ଆନ୍ଦୋଳନ ମଧ୍ୟରେ ପ୍ରସୂତୀଙ୍କ ମୃତ୍ୟୁ; ବିଳମ୍ବିତ ଚିକିତ୍ସାକୁ ନେଇ ପରିବାରର ସଙ୍ଗୀନ ଅଭିଯୋଗ
ନୂଆପଡା, ୦୫/୦୭ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲାରେ ଜାରି ରହିଥିବା ଡାକ୍ତରୀ ଆନ୍ଦୋଳନ ମଧ୍ୟରେ ଏକ ଅତ୍ଯନୁ ମର୍ମନ୍ତୁଦ ଘଟଣା ସା ସାମ୍ନାକୁ ଆସିଛି । ଖଡ଼ିଆଳ ବ୍ଲକର ବିରିଘାଟ ଗ୍ରାମର ଜଣେ ପ୍ରସୂତୀଙ୍କ ଚିକିତ୍ସାଧୀନ ନ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ, ପରିବାର ପକ୍ଷରୁ ଠିକ୍ ସମୟରେ ଆବଶ୍ୟକ ଚିକିତ୍ସା ତ୍ସା ନମିଳିବାକୁ ନେଇ ସଙ୍ଗୀନ ଅଭିଯୋଗ କରାଯାଇଛି। ଏହି ଘଟଣା ପରେ ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥୂବା ସହ ଜରୁରୀକାଳୀନ ସ୍ବାସ୍ଥ୍ୟସେବାର ପରିଚାଳନାକୁ ନେଇ ନୂଆ ପ୍ରଶ୍ନ ଉଠିଛି। ମୃତ ପ୍ରସୂତୀ ହେଲେ ବିରିଘାଟ ଗ୍ରାମର ଗୀତାଞ୍ଜଳି ଖର୍ସେଲ (ସ୍ବାମୀ- ଭଲ ଖର୍ସେଲ)। ପରିବାର ସୂତ୍ରରୁ ପ୍ରକାଶ ଯେ, ଶୁକ୍ରବାର ସନ୍ଧ୍ୟାରେ ପ୍ରସବ ବେଦନା ଆରମ୍ଭ ହେବା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଉଥିଲା । ତେବେ ରାସ୍ତାରେ ହିଁ ସେ ଏକ ସୁସ୍ଥ ଶିଶୁକୁ ଜନ୍ମ ଦେଇଥିଲେ । ପ୍ରସବ ପରେ ପ୍ଲାସେଣ୍ଟା (ଜରାୟୁର ଫୁଲ) ବାହାରି ନଥିବାରୁ ଗୀତାଞ୍ଜଳିଙ୍କ ସ୍ବାସ୍ଥ୍ୟବସ୍ଥା ଦ୍ରୁତ ଅବନତି ଘଟିଥିଲା । ପରିବାରର ଅଭିଯୋଗ ।ଗ ଅନୁସାରେ, ସେହି ସମୟରେ ଡାକ୍ତରମାନଙ୍କ ଆନ୍ଦେ ।ନ୍ଦୋଳନ ଚାଲିଥିବାରୁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଆବଶ୍ୟକ ଡାକ୍ତରୀ ସେବା ମିଳିପାରିନଥ୍ଲା । କାର୍ଯ୍ୟରତ ନର୍ସମାନେ ନିଜ ସ୍ବରରେ ବସ୍ଥାରେ ପ୍ରାୟ ଚିକିତ୍ସା ପ୍ରୟାସ କରିଥିଲେ ମଧ୍ୟ ରୋଗୀଙ୍କ ଅବସ୍ଥା ସୁଧାର ଆସିନଥିଲା । ପରବର୍ତ୍ତୀ ସମୟରେ ରାତି ପ୍ରା ୧୧ଟାରେ ତାଙ୍କୁ ଖଡ଼ିଆଳ ମିଶନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ମଧ୍ୟ ସ୍ବାସ୍ଥ୍ୟବସ୍ଥା ଗୁରୁତର ରହିବାରୁ ରାତି ପ୍ରାୟ ୨ଟାରେ ଉନ୍ନତ ଚିକିତ୍ସା ପାଇଁ ଛତିଶଗଡ଼ର ରାୟପୁରକୁ ରେଫର କରାଯାଇଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ରାୟପୁର ଯିବା ବାଟରେ ହିଁ ଗୀତାଞ୍ଜଳିଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ସମୟୋପଯୋଗୀ ଡାକ୍ତରୀ ସେବା ମିଳିଥାନ୍ତି ହେଲେ ଗୀତାଞ୍ଜଳିଙ୍କ ଜୀବନ ବଞ୍ଚିପାରିଥାନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ଏବଂ ଆନ୍ଦୋଳନ ସମୟରେ ଜରୁରୀ ସ୍ବାସ୍ଥ୍ୟସେବାର ବିକଳ୍ପ ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଛି । ଅନ୍ୟପକ୍ଷରେ, ଘଟଣା ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବିଭାଗ କିମ୍ବା ଆନ୍ଦୋଳନରତ ଡାକ୍ତରୀ ସଂଘ ପକ୍ଷରୁ କୌଣସି ଆଧ୍କାରିକ ପ୍ରତିକ୍ରିୟା ମିଳିନାହିଁ । ପ୍ରକୃତ ଘଟଣାର କାରଣ ଓ ପରିସ୍ଥିତି ସମ୍ପର୍କରେ ସରକାରୀ ସ୍ତରରେ ତଦନ୍ତି ହେଲେ ସମ୍ପୂର୍ଣ ଚିତ୍ର ସ୍ପଷ୍ଟ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଏହି ଘଟଣା ପୁଣିଥରେ ଜରୁରୀକାଳୀନ ସ୍ବାସ୍ଥ୍ୟସେବାର ନିରନ୍ଧରତା, ଆନ୍ଦୋଳନ ସମୟରେ ବିକଳ୍ପ ବ୍ୟବସ୍ଥା ଏବଂ ମାତୃ-ଶିଶୁ ସୁରକ୍ଷା ପ୍ରତି ସରକାରୀ ପ୍ରସ୍ତୁତିକୁ ନେଇ ଗମ୍ଭୀରପ୍ରଶ୍ନ ସୃଷ୍ଟି କରିଛି ।