ଶବ ବାହକ ଗାଡି ନ ମିଳିବାରୁ ସ୍ୱାମୀ ସ୍ତ୍ରୀର ଶବକୁ ସମ୍ପର୍କୀୟଙ୍କ ବାଇକରେ ଘରକୁ ଆଣିଥିଲେ
ଲଇକେରା, ୦୫/୦୬ ( ନବଦୂତ ) : ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଳକ ଭାତଲଇଡା ଗ୍ରାମପଞ୍ଚାୟତର ଓଡିଆପାଲି ଗ୍ରାମର ନରେଶ ଛତ୍ରିଆ ତାଙ୍କ ସ୍ତ୍ରୀ ଯମୁନା ଛତ୍ରିଆଙ୍କ ସ୍ୱାସ୍ଥ୍ଯବସ୍ଥା ଭଳ ନଥିବାରୁ ମୁନ୍ଦ୍ରାଯୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ ସେଠାରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।କିଂତୁ ଦୁଃଖର କଥା କହିବାକୁ ଗଲେ ସ୍ୱାମୀ ବିଚରା ସ୍ତ୍ରୀର ଶବକୁ ଘରକୁ ଆଣିବା ପାଇଁ ଶବବାହକ ଗାଡି ବା ମହାପ୍ରାୟାଣ ଗାଡି ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁନ୍ଦ୍ରାଯୋରରେ କହିବାରୁ ଗାଡି ନାହିଁ ବୋଲି ମନାକରିବାରୁ ବାଧ୍ୟହୋଇ ସମ୍ପର୍କୀୟଙ୍କର ବାଇକ ଯୋଗେ ସ୍ୱାମୀ ସ୍ତ୍ରୀର ଶବକୁ ଘରକୁ ଆଣିଥିଲେ ।ଏପରି ଦୁଃଖଦ କରୁଣ ହୃଦୟ ବିଦାରକ ନିନ୍ଦନୀୟ ଘଟଣା ପାଇଁ ଲଇକେରା ତଥା ଝାରସୁଗୁଡା ଜିଲ୍ଲାରେ ଚାଞ୍ଚଳ୍ୟକର ଚର୍ଚ୍ଚାର ବିଷୟ ହୋଇପଡିଛି ।