ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ ର ସଘନ ସଂଶୋଧନର ଚିଠା ଭୋଟର ତାଲିକା ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ, ସୁବର୍ଣ୍ଣପୁର ଙ୍କ ଦ୍ଵାରା ପ୍ରକାଶନ ଓ ପ୍ରେସ ବିବୃତ୍ତି ।
ସୁବର୍ଣ୍ଣପୁର, ୦୫/୦୭ ( ଜଗଦୀଶ ମେହେର ) : ଆଜି ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ପୁନରୀକ୍ଷଣ-୨୦୨୬ (Special Intensive Revision-2026) କାର୍ଯ୍ୟକ୍ରମ ଅନ୍ତର୍ଗତ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ଚିଠା ବା ଖସଡ଼ା ଭୋଟର ତାଲିକା (Draft Electoral Roll) ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଡ ନୃପରାଜ ସାହୁଙ୍କ ଦ୍ଵାରା ପ୍ରକାଶ କରାଯାଇଛି। ଉକ୍ତ ଚିଠା ବା ଖସଡ଼ା ଭୋଟର ତାଲିକା ର ଏକକିତା ରାଜନୈତିକ ଦଳ ଙ୍କ ସଭାପତି/ ପ୍ରତିନିଧି ମାନଙ୍କ ଅବଗତି ନିମନ୍ତେ ପ୍ରଦାନ କରାଗଲା। ଏହି ଖସଡ଼ା ତାଲିକା ସମ୍ପୃକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO), ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (AERO), ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ (BLO)ଙ୍କ ନିକଟରେ ଏବଂ ନିର୍ଦ୍ଧାରିତ ସ୍ଥାନରେ ସର୍ବସାଧାରଣଙ୍କ ଅବଲୋକନ ପାଇଁ ଉପଲବ୍ଧ ରହିବ। ମୁଁ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ମତଦାତାଙ୍କୁ ଅନୁରୋଧ କରୁଛି ଯେ, ସେମାନେ ନିଜର ନାମ, ଫଟୋ ଓ ଅନ୍ୟାନ୍ୟ ବିବରଣୀ ଖସଡ଼ା ଭୋଟର ତାଲିକାରେ ଯାଞ୍ଚ କରନ୍ତୁ। ଯଦି କୌଣସି ତ୍ରୁଟି ଥାଏ, ନାମ ଛାଡ଼ିଯାଇଥାଏ, ଅଯୋଗ୍ୟ ନାମ ଅନ୍ତର୍ଭୁକ୍ତ ହୋଇଥାଏ କିମ୍ବା କୌଣସି ସଂଶୋଧନର ଆବଶ୍ୟକତା ଥାଏ, ତେବେ ନିର୍ଦ୍ଧାରିତ ସମୟସୀମା ୦୫.୦୭.୨୦୨୬ ରୁ ୦୪.୦୮.୨୦୨୬ ମଧ୍ୟରେ ଦାବି ଓ ଆପତ୍ତି ଦାଖଲ କରନ୍ତୁ। ଉପରୋକ୍ତ ସମୟ ସୀମା ମଧ୍ୟରେ ହସ୍ତଗତ ହୋଇଥିବା ସମସ୍ତ ଆପତ୍ତି ଓ ଅଭିଯୋଗ ଗୁଡ଼ିକୁ ସଂପୃକ୍ତ ନିର୍ବାଚକ ପଞ୍ଜିକରଣ ଅଧିକାରୀ ଙ୍କ ଦ୍ଵାରା ତଦନ୍ତ/ ଯାଞ୍ଚ ପରେ ନିୟମାନୁଯାୟୀ ଆଗାମୀ ତା୦୫.୦୭.୨୦୨୬ ରୁ ୦୨.୦୯.୨୦୨୬ରିଖ ମଧ୍ୟରେ ଫଏସଲା କରାଯିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ BLO, ERO ଓ AEROମାନଙ୍କୁ ଏହି ପ୍ରକ୍ରିୟାକୁ ସ୍ୱଚ୍ଛ, ନିରପେକ୍ଷ ଓ ସୁଗମ ଭାବେ ସମ୍ପନ୍ନ କରିବା ପାଇଁ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରାଯାଇଛି। ଜନସାଧାରଣଙ୍କ ସୁବିଧା ପାଇଁ ସମସ୍ତ ସମ୍ଭବ ସହାୟତା ମଧ୍ୟ ଯୋଗାଇ ଦିଆଯିବ। ଏକ ନିର୍ଭୁଲ, ସ୍ୱଚ୍ଛ ଏବଂ ସର୍ବସମାବେଶୀ ଭୋଟର ତାଲିକା ଗଣତନ୍ତ୍ରର ମୂଳ ଆଧାର। ତେଣୁ ମୁଁ ସମସ୍ତ ରାଜନୈତିକ ଦଳ, ଜନପ୍ରତିନିଧି, ଗଣମାଧ୍ୟମ ପ୍ରତିନିଧି, ସାମାଜିକ ସଂଗଠନ ଏବଂ ସର୍ବସାଧାରଣଙ୍କୁ ଏହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିବା ସହ ନିଜ ନିଜ ଅଞ୍ଚଳରେ ସଚେତନତା ସୃଷ୍ଟି କରିବାକୁ ଅନୁରୋଧ କରୁଛି। ସମସ୍ତଙ୍କ ସହଯୋଗରେ ଆମେ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଏକ ସଠିକ୍, ତ୍ରୁଟିମୁକ୍ତ ଓ ବିଶ୍ୱସନୀୟ ଭୋଟର ତାଲିକା ପ୍ରସ୍ତୁତ କରିପାରିବା। ଏହି ଚିଠା ବା ଖସଡ଼ା ଭୋଟର ତାଲିକା ପ୍ରକାଶନ ସମୟରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ସୁବର୍ଣ୍ଣପୁର, ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୁବର୍ଣ୍ଣପୁର, ଶ୍ରୀମତି ଅଞ୍ଜଳିନା ପ୍ରଧାନ, ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର ସଭାପତି ଓ ପ୍ରତିନିଧିମାନେ ଯଥା ଭାରତୀୟ ଜନତା ପାର୍ଟି ର ସଭାପତି ଶ୍ରୀ ବେଣୁଧର ଦାସ, ଶ୍ରୀ ପ୍ରମୋଦ କୁମାର ମହାପାତ୍ର, ସୁଶାନ୍ତ କୁମାର ସାହୁ, ଭାରତୀୟ ଜାତୀୟ କଂଗ୍ରେସ ର ଶ୍ରୀ ସୁଧିର କୁମାର ପଣ୍ଡା ଓ ବିଜୁ ଜନତା ଦଳ ର ଶ୍ରୀ କଇଁରୁ ସ୍ୱାଇଁ ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ଓ ଡେପୁଟି କଲେକ୍ଟର, ନିର୍ବାଚନ, ସୁବର୍ଣ୍ଣପୁର, ଚିଠା ଭୋଟର ତାଲିକା ପ୍ରକାଶନ, ଆପତ୍ତି ଓ ଅଭିଯୋଗ ନିର୍ଦ୍ଧାରିତ ଫର୍ମ ରେ ଦାଖଲ ଓ ତାହାର ଅବଧି, ହସ୍ତଗତ ହୋଇଥିବା ଆପତ୍ତି ଓ ଅଭିଯୋଗ ପତ୍ର ଗୁଡ଼ିକ ର ଫଏସଲା ବିଷୟରେ ବିଶଦ ଭାବେ ଅବଗତ କରାଇଥିଲେ । ଏହି ଅବସରରେ ବିଭିନ୍ନ ସମ୍ବାଦ ପତ୍ର ଓ ବିଦ୍ୟୁତ ଗଣ ମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।