Hot Posts

6/recent/ticker-posts

ବରିଷ୍ଠ ଶିକ୍ଷକ ଆଦିତ୍ୟ ଜେନାଙ୍କ ଅବସରଗ୍ରହଣ

ଭଞ୍ଜନଗର, ୩୧/୦୭ ( ଜେ. କେ ପଟ୍ଟନାୟକ ) : ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ କାର୍ଯ୍ୟରତ ଥିବା ଶିକ୍ଷକ ଆଦିତ୍ୟ ପ୍ରସାଦ ଜେନା ଆଜି ନିଜ କର୍ମକ୍ଷେତ୍ରରୁ ଅବସର ଗ୍ରହଣ କରିଛନ୍ତି।ଆଜି କାର୍ଯ୍ୟ ଶେଷ ଦିବସରେ ତାଙ୍କୁ ଲେବେଲ - ୪ ରେ ହିଁ ଫାଇନାଲ ପେନସନ , ଗ୍ରାଚୁଇଟି ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ କାଗଜପତ୍ର ଭଞ୍ଜନଗର ଗୋଷ୍ଠୀ ଶିଖା ଅଧିକାରୀ ଲୋପାମୁଦ୍ରା ରଥ ପ୍ରଦାନ କରିଥିଲେ l ଶ୍ରୀମତୀ ରଥ ଙ୍କ ବଳିଷ୍ଠ ପଦକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇପାରିଛି l ଶିକ୍ଷକ ଶ୍ରୀ ଜେନାଙ୍କ ପେନସନ କାଗଜପତ୍ର ପ୍ରସ୍ତୁତ କରି ଠିକ ସମୟରେ ଅନୁମୋଦନ ପାଇଁ ଅଫିସ'ର କାର୍ଯରତ ଜୁନିଅର ଆସିଷ୍ଟାଣ୍ଟ ପ୍ରଶାନ୍ତ ସାହୁ ଉଚ୍ଚ ଅଧିକାରୀଙ୍କ ନିକଟକୁ ପଠାଇ ଥିଲେ।ଫଳରେ ଅବସର ଗ୍ରହଣ ଦିନ ହିଁ ଅନୁମୋଦନ ସମ୍ଭବ ହୋଇ ପାରିଥିଲା। ଏହି ଅବସର କାଳୀନ ବିଦାୟ ସଭାରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶ୍ରୀ ଜେନାଙ୍କ କାର୍ଯ୍ୟଶୈଳୀ ଓ ସମୟାନୁବର୍ତ୍ତିତା ବିଷୟରେ ଆଲୋଚନା କରିବା ସହ ଦୀର୍ଘାୟୁ ଓ ନିରାମୟ ଜୀବନ କାମନା କରିଥିଲେ l