Hot Posts

6/recent/ticker-posts

ସିପାଞ୍ଜିରୀ ଗ୍ରାମ ତିନିମାସ ପରେ ହେଲା ବିଦ୍ୟୁତ ସଜାଡ

ଫୁଲବାଣୀ, ୩୧/୦୭ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ପକାରୀ ପଞ୍ଚାୟତ ସିପାଞ୍ଜିରୀ ଗ୍ରାମରେ ଦୀର୍ଘ ତିନିମାସ ହେବ ବିଦ୍ୟୁତ ସେବା ବନ୍ଦ ରହିଥିଲା। ଏହାକୁ କାର୍ଯ୍ୟକ୍ଷମ କରିବାକୁ ବିଭାଗ ଅଧିକାରୀ ଙ୍କୁ ଜଣାଇଥିଲେ ସୁଦ୍ଧା ବିଦ୍ୟୁତ କାମ କରାଯିବ ବୋଲି କହିଥିଲେ। କିନ୍ତୁ ଆସିବାର ବିଳମ୍ବ ହେବାରୁ ଗ୍ରାମ ର ଲୋକମାନେ ତିନିମାସ ଅନ୍ଧାରମୟ ରେ ଅତିବାହିତ କରିଥିଲେ। ଏଣୁ ଗ୍ରାମବାସୀ ଉପାୟ ଚିନ୍ତାକରି ଫୁଲବାଣୀ ବିଧାୟକ ପ୍ରତିନିଧି ସ୍ୱାସ୍ଥ୍ୟ ବିଭାଗ ନୀଳାମ୍ବର କହଁର ଙ୍କୁ ଜଣାଇଥିଲେ। ଏହା ଖବର ପାଇଁ ଶ୍ରୀ କହଁର ସଙ୍ଗେ ସଙ୍ଗେ ବିଦ୍ୟୁତ ବିଭାଗ ଅଧିକାରୀ ଙ୍କୁ ଯୋଗାଯୋଗ କରିଥିଲେ। ଏହି କାର୍ଯ୍ୟ ତୁଲାଇବା ପାଇଁ ଶ୍ରୀ କହଁର ବାରମ୍ବାର ଫୋନକରି ଥିବାହେତୁ କାର୍ଯ୍ୟ ଟି ସଫଳ ହୋଇଥିଲା। ଶେଷରେ ଏଭଳି କାର୍ଯ୍ୟ ପାଇଁ ଗ୍ରାମବାସି ଉତ୍ସାହ ହେବା ସହ ନୀଳାମ୍ବର କହଁର ଙ୍କୁ ଧନ୍ୟବାଦ ଜଣାଇଥିଲେ ।



କନ୍ଧମାଳ ଜିଲ୍ଲା ରୁ ବାଳକୃଷ୍ଣ କହଁର ଙ୍କ ରିପୋର୍ଟ