ସିନାପାଲି ଗଙ୍ଗାଧର ସାରସ୍ବତ ସମିତିର ଶବ୍ଦ ବର୍ଷା "ଶ୍ରାବଣୀ" ଅନୁଷ୍ଠିତ
ସିନାପାଲି, ୧୨/୦୭ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ସିନାପାଲିର ଗଙ୍ଗାଧର ସାରସ୍ୱତ ସମିତି ତରଫରୁ ଚଳିତ ବର୍ଷର ବର୍ଷା ସାହିତ୍ଯ ଆସର ଶ୍ରାବଣୀ ଅନୁଷ୍ଠିତ ହୋଇଛି ା ରବିବାର ସ୍ଥାନୀୟ ଉଚ୍ଚ ବିଦ୍ଯାଳୟ ପରିସରରେ ସମିତିର ବରିଷ୍ଠ ସଦସ୍ଯ ବିଜୟ କୁମାର ଯୋଷୀଙ୍କ ଅଧ୍ଯକ୍ଷତାରେ ଏନେଇ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ଶିକ୍ଷାବିତ୍ତ ମହେଶ ତିୱାରୀ ଓ ସମ୍ମାନିତ ଅତିଥି ଭାବରେ ଅଧ୍ୟାପକ ରଜନୀକାନ୍ତ ମେହେର, କବୟିତ୍ରୀ ବବିତା ମେହେର, ସମାଜସେବୀ ରାଜେଶ ଅଗ୍ରୱାଲ, ଶିକ୍ଷକ ରମେଶ ମେହେର ଯୋଗଦେଇ ସମିତିର ସାରସ୍ୱତ ବିପ୍ଳବ ଅଞ୍ଚଳରେ ଏକ ସକାରାତ୍ମକ ବାର୍ତ୍ତା ଦେଉଥିବା କହିଥିଲେ l କବି ପ୍ରଦ୍ୟୁମ୍ନ ସିଂହ ଚିନ୍ଦା ଓ କବୟିତ୍ରୀ ଶାଶ୍ୱତୀ ହୋତାଙ୍କ ସଂଯୋଜନାରେ ଅଂଚଳର ଅନେକ ନବାଗତ ଓ ଅଭିଜ୍ଞ କବି କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ l ସମିତିର ସଭାପତି ବୈଷ୍ଣବ ମେହେରଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ତରୁଣ କୁମାର ମେହେର, ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷ ଲମ୍ବୋଦର ମେହେର, ପ୍ରଧାନ ଶିକ୍ଷକ ମନୋରଞ୍ଜନ ମେହେର, ମୁରଳୀଧର ସା, ଚିନ୍ତାମଣି ସାହୁ, ଜଗମୋହନ ହୋତା, ଧ୍ରୁବଚରଣ ପଧାନ, ନିକୁଞ୍ଜ ବିହାରୀ ସା, ମୋହନ ଚରଣ ଦାସ, ବଂଶୀଧର ଜଗତ, ଲୋଚନ ମେହେର, ଖଗେଶ୍ୱର ବାଗ, ଅତୁଳ ପାତ୍ର, ବୁଦ୍ଧଦେବ ମେହେର, ସୁବ୍ରତ ଖରସେଲ, ସାନୁର୍ଯ୍ୟ ମେହେର, ମଳୟ ମେହେର, ଲିଙ୍ଗରାଜ ଜଗତ, ରଶ୍ମିରଞ୍ଜନ ସା, ପ୍ରଭାତ କୁମାର ମେହେର, ବେଣୁଧର ମେହେର, ଶିବପ୍ରସାଦ ମେହେର, ଭୀଷ୍ମରାଜ ମେହେର, ଯଶୋବନ୍ତ ସା, ବିକାଶ ବାଗ, ଓମପ୍ରକାଶ ମେହେର, ଡବୁ ଜଗତ, ଦେବରଞ୍ଜନ ନିଆଲ, ଆଦ୍ୟାଶ ବନ୍ଦୀଛୋର, ରମ୍ୟରଞ୍ଜନ ନିଆଲ, ରିତେଶ ଧାକଡ଼ ପ୍ରମୁଖ ଉପସ୍ଥିତ ଥିଲେ ା ପ୍ରାରମ୍ଭରେ ପରେଶନାଥ ପାଣିଗ୍ରାହୀ ସ୍ବାଗତ କରିଥିବା ବେଳେ ଚୂଡ଼ାମଣି ମେହେର, ଦୀପକ ସା ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ l ଶେଷରେ ହରେକୃଷ୍ଣ ମେହେର ଧନ୍ଯବାଦ ଦେଇଥିଲେ l ସୂଚନାଯୋଗ୍ଯ ଯେ ଗଙ୍ଗାଧର ସାରସ୍ବତ ସମିତି ତରଫରୁ ଵିଭିନ୍ନ ସମୟରେ ସାରସ୍ବତ କାର୍ଯ୍ଯକ୍ରମ ମାନ ଆୟୋଜନ କରି ଭାଷା ସାହିତ୍ଯର ବିକାଶ ଦିଗରେ ଉଦ୍ଯମ କରାଯାଇଆସୁଛି ା