Hot Posts

6/recent/ticker-posts

ସିନାପାଲି କ୍ଲଷ୍ଟରରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

ସିନାପାଲି, ୧୨/୦୭ ( ପରମେଶ୍ୱର ମେହେର ) : ସିନାପାଲି କ୍ଲଷ୍ଟର ଅନ୍ତର୍ଗତ କାପସି ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ ସାହୁ ଏବଂ ନୋଡାଲ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ସତ୍ୟରୁପା ଯୋଷୀ ନିଜ କର୍ମମୟ ଜୀବନରୁ ଅବସର ଗ୍ରହଣ କରିଥିବା ବେଳେ ଆଜି ସିନାପାଲି କ୍ଲଷ୍ଟର ତରଫରୁ ଉଭୟଙ୍କ ସୁସ୍ଥ ଓ ନିରାମୟ ଜୀବନର କାମନା କରି ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ଏନେଇ ସ୍ଥାନୀୟ ମେହେର ପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସିଆରସିସି ବଂଶୀଧର ଜଗତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ବିଶିଷ୍ଟ ଶିକ୍ଷାବିତ୍ତ ତୁଳସୀରାମ ମେହେର, ମୁଖ୍ୟବକ୍ତା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପ୍ରସନ୍ନ ମାଝୀ ଓ ସମ୍ମାନିତ ଅତିଥି ଭାବରେ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋରଞ୍ଜନ ମେହେର, ଅସ୍ମିତା ପାଢ଼ୀ, ହୃଦାନନ୍ଦ ମେହେରଙ୍କ ସହ ଦୁଇ ବିଦାୟୀ ଶିକ୍ଷକ ବିଜୟ ସାହୁ ଏବଂ ଶିକ୍ଷୟିତ୍ରୀ ସତ୍ୟରୁପା ଯୋଷୀ ମଂଚାସୀନ ଥିଲେ l ଅତିଥିମାନେ ଉଭୟ ବିଦାୟୀ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସମର୍ପଣ ଓ ତ୍ୟାଗପୂର୍ଣ୍ଣ ଜୀବନର ସ୍ମୃତିଚାରଣ କରିଥିଲେ । ଏହାପରେ ଉଭୟଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ରିତାଞ୍ଜଳୀ ଚାନ୍ଦ ଓ ନୀଳିମା ସୁପକାର ମାନପତ୍ର ପଠନ କରିଥିଲେ l ପ୍ରାରମ୍ଭରେ ସନ୍ତୋଷିନୀ ମେହେର ସମସ୍ତଙ୍କୁ ସ୍ବାଗତ କରିଥିଲେ l କାର୍ଯ୍ୟକ୍ରମରେ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟରୁ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ l ଶେଷରେ ବରିଷ୍ଠ ଶିକ୍ଷକ କିଶୋର କୁମାର ସାହୁ ଧନ୍ୟବାଦ ଦେଇଥିଲେ l