Hot Posts

6/recent/ticker-posts

ଏନକାଉଣ୍ଟର ପରେ ବି ଭୟ ନାହିଁ : ବ୍ରହ୍ମପୁରରେ ଯୁବକକୁ ନିସ୍ତୁକ ମାଡ଼ ଭିଡ଼ିଓ ଭାଇରଲ

ବ୍ରହ୍ମପୁର, ୧୨/୦୭ ( ଜେ. କେ ପଟ୍ଟନାୟକ ) : ଗଞ୍ଜାମ ଜିଲ୍ଲାରେ ପୁଣିଥରେ କିଛି ଅସାମାଜିକ ବ୍ୟକ୍ତି ଆଇନକାନୁନ କୁ ଖାତିର ନକରି ମନମୁଖୀ କାର୍ଯ୍ୟ ଚଳାଇଛନ୍ତି। ଅପରାଧିକ କାର୍ଯ୍ୟ ରୋକିବାକୁ ବ୍ରହ୍ମପୁର ପୋଲିସ ୩ଟି ଏନକାଉଣ୍ଟର କରିଥିଲେ ମଧ୍ୟ ଏହା ପ୍ରଭାବଶୂନ୍ୟ ଭଳି ଲାଗୁଛି। ବ୍ରହ୍ମପୁର ସଦର ଥାନା ଅଂଚଳରେ ଜଣେ ଜୈନିକ ଦଳିତ ଯୁବକକୁ ପ୍ଲାଷ୍ଟିକ ପାଇପ୍ ରେ ଅକଥନୀୟ ନିର୍ଯ୍ୟାତନା, ମାଡ଼ ମାରିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯୁବକଙ୍କ ନାମ ପ୍ରଶାନ୍ତ ଦାସ ବୋଲି ଜଣାପଡିଛି। ଘଟଣା ସମ୍ପର୍କରେ ପୋଲିସ କୁ ଜଣେଇଲେ ପରିବାର ଲୋକେଙ୍କୁ ଜୀବନରେ ମାରିଦେବାକୁ ଉକ୍ତ ଯୁବକମାନେ ଧମକ ଦେଇଥିବା ଅଭିଯୋଗ ହୋଇଛି। ପ୍ରାୟ ଏକ ମାସ ହେବ ପ୍ରଶାନ୍ତକୁ ଗଞ୍ଜେଇ ଗାଡ଼ି ଚଳେଇ ବାକୁ ଡାକିବାରୁ ସେ ମନା କରିଥିଲେ, ତେଣୁ ତାକୁ ଡାକି ଏକ ବନ୍ଦ କୋଠରୀରେ ରଖି ୪ଜଣ ଯୁବକ ୩ଦିନ ପର୍ଯ୍ୟନ୍ତ ଖାଦ୍ୟ, ପାଣି ନଦେଇ ନିସ୍ତୁକ ମାଡ଼ ମାରୁଥିବା ଦୃଶ୍ୟ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣା ପରେ ପୀଡିତ ପ୍ରଶାନ୍ତ ଓ ତାର ପରିବାର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି।ଅଭିଯୋଗ ପରେ ପୁଲିସ ଜଣକୁ ଗିରଫ କରିଛି l ଅଭିଯୁକ୍ତ ଜଣକ ହେଲେ ଆର୍ ଶିବରାମ ଓରଫ୍ ଅରୂପ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି l