Hot Posts

6/recent/ticker-posts

ଓଡିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ପାଳିତ

କଟକ, ୦୩/୦୭ ( କାହୁଁ ଚରଣ ବାରିକ ) : କଟକ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଓଡିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ -୨୦୨୬ ଅବସରରେ ଆଜି ଜିଲ୍ଳା ପ୍ରଶାସନ ପକ୍ଷରୁ ସ୍ୱରାଜ ଆଶ୍ରମଠାରେ ଜିଲ୍ଳାସ୍ତରୀୟ ପ୍ରବନ୍ଧ, ବକ୍ତୃତା, କବିତା ଆବୃତି ଓ ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଳାର ବିଭିନ୍ନ ବ୍ଲକରୁ ତଥା କଟକ ମହାନଗର ନିଗମ ଅଂଚଳର ବିଭିନ୍ନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ବରିଷ୍ଠ ଓ କନିଷ୍ଠ ବର୍ଗରେ ଭାଗ ନେଇଥିଲେ । ଏହି ଅବସରରେ କୃତି ପ୍ରତିଯୋଗୀମାନଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଛି । ବିଭିନ୍ନ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କଟକ ଜିଲ୍ଳାକୁ ପ୍ରତିନିଧିତ୍ୱ କରିବେ । ଜିଲ୍ଳା ସଂସ୍କୃତି ଅଧିକାରୀ ଶ୍ରୀ ଦିଲୀପ ଜେନା, ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱାଗତିକା ବେହେରାଙ୍କ ସମେତ ବିଚାରକ ଭାବେ ରାଜା ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି, ରାଜୀବ ଷଡଙ୍ଗୀ, ବିଶ୍ୱନାଥ ମିଶ୍ର, ରଞ୍ଜନ ଲେଙ୍କା, ଜଗନ୍ନାଥ @ପଣ୍ଡା, ସରୋଜିନୀ ମିଶ୍ର, ଓ ଅଭିମନ୍ୟୁ ରଥ ପ୍ରମୁଖ ଯୋଗ ଦେଇ ପ୍ରତିଯୋଗିତାରେ ବିଜେତା ହେବା ଅପେକ୍ଷା ଅଂଶଗ୍ରହଣ କରିବା ଛାତ୍ରଛାତ୍ରୀମାନଙ୍କ ମୁଖ୍ୟ ଲକ୍ଷ୍ୟ ହେବା ଉଚିତ୍ ବୋଲି କହିବା ସହ ଏଭଳି ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କ ସାହିତ୍ୟ ପ୍ରତି ଆଗ୍ରହ ଓ ସୃଜନଶୀଳତା ବୃଦ୍ଧିରେ ସହାୟକ ହୋଇଥାଏ ବୋଲି ମତ ଦେଇଥିଲେ ।