ଖଡ଼ିଆଳ ରାଜନୀତିରେ ବଡ଼ ଟ୍ୱିଷ୍ଟ: ତିନି ବର୍ଷରେ ତିନି ଦଳ, ଉତ୍କଳ ଗୁପ୍ତାଙ୍କୁ ନେଇ ତେଜିଲା ଚର୍ଚ୍ଚା
ନୂଆପଡା, ୧୮/୦୭ ( ପରମେଶ୍ୱର ମେହେର ) : ଖଡ଼ିଆଳର ରାଜନୀତି ଏବେ ଗୋଟିଏ ପ୍ରଶ୍ନକୁ ନେଇ ଉତ୍ତପ୍ର—"ନେତାଙ୍କ ଲକ୍ଷ୍ୟ ବିକାଶ ନା କ୍ଷମତାର ନିକଟରେ ରହିବା?” କେବେ କଂଗ୍ରେସ, ପରେ ବିଜେତି କୁ ସମର୍ଥନ ଏବଂ ଏବେ ବିଜେପି। ମାତ୍ର ଚାରି ବର୍ଷରେ ତିନୋଟି ଦଳ ପାଇଁ କାମ କରି ରାଜନୀତି କରିବା ପରେ ଖଡ଼ିଆଳ ଏନଏସି ଅଧ୍ୟକ୍ଷ ଉତ୍କଳ ଗୁମ୍ଫା ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଆସିଛନ୍ତି। ତାଙ୍କର ଏହି ନୂଆ ରାଜନୈତିକ ନିଷ୍ପତ୍ତି କେବଳ ଦଳ ପରିବର୍ତ୍ତନ ନୁହେଁ, ବରଂ ଆଜିର ରାଜନୀତିର ଚେହେରାକୁ ନେଇ ଏକ ବଡ଼ ବିତର୍କର ସୃଷ୍ଟି କରିଛି।ପ୍ରଶ୍ନ ହେଉଛି, ରାଜନୀତିରେ ବିଚାରଧାରା କେତେ ଗୁରୁତ୍ବପୂର୍ଣ୍ଣ? ଯଦି କଂଗ୍ରେସର ବିଚାରଧାରା ତାଙ୍କୁ ଲୋକଙ୍କ ସେବା କରିବାର ସୁଯୋଗ ଦେଇଥୁଲା, ତେବେ ତାହାକୁ ଛାଡ଼ିଲେ କାହିଁକି? ଯଦ୍ୟପି ବିଜେଡି ସହ ଯୋଗ ଦେଇ ନଥିଲେ ହେଲେ ବିଜେଡି ର ସମର୍ଥକ ଭାବେ କାମ କରିବା ଠିକ୍ ନିଷ୍ପତ୍ତା ଥୁଲା, ତେବେ ମାତ୍ର କିଛି ସମୟ ପରେ ସେହି ଦଳର ସମର୍ଥନ କୁ ଛାଡ଼ିବାର ଆବଶ୍ୟକତା କଣ ପଡ଼ିଲା? ଆଉ ଯଦି ବିଜେପି ହିଁ ତାଙ୍କର ଅନ୍ତିମ ରାଜନୈତିକ ଗନ୍ଧବ୍ୟ, ତେବେ ଏହି ଦୀର୍ଘ ଯାତ୍ରାର ଅର୍ଥ କଣ? ଏହି ପ୍ରଶ୍ନଗୁଡ଼ିକ କେବଳ ଜଣେ ନେତାଙ୍କୁ ନୁହେଁ, ବରଂ ଆଜିର ରାଜନୀତିକୁ ଆଇନା ଦେଖାଉଛି।ରାଜନୈତିକ ବିଶ୍ଳେଷକଙ୍କ ମତରେ, ଏହା ବିଚାରଧାରାର ପରିବର୍ତ୍ତନଠାରୁ ଅଧିକ "କ୍ଷମତାର ରାଜନୀତି"ର ଉଦାହରଣ। ଯେଉଁଠି କ୍ଷମତା ଥାଏ, ସେଠି ରାଜନୈତିକ ଆକର୍ଷଣ ବଢ଼ିଯାଏ। ଓଡ଼ିଶାରେ ସରକାର ବଦଳିବା ପରେ ଅନେକ ନେତାଙ୍କ ରାଜନୈତିକ ନିଷ୍ଠା ମଧ୍ୟ ବଦଳିଯାଇଛି। ଏହା କଣ ସଂଯୋଗ, ନା ରାଜନୈତିକ ଗଣିତର ଏକ ସୁଚିନ୍ତିତ ଚାଲ?ଉଜ୍ଜ୍ଵଳ ଗୁପ୍ତାଙ୍କ ସମର୍ଥକମାନେ କହୁଛନ୍ତି ଯେ ଶାସକ ଦଳ ସହ ରହିଲେ ଖଡ଼ିଆଳ ଅଧୂକ ବିକାଶ ପାଇବ। ସରକାରୀ ପାଣ୍ଠି ଆସିବ, ପ୍ରକଳ୍ପ ଆସିବ, ଅଞ୍ଚଳର ଉନ୍ନତି ହେବ। କିନ୍ତୁ ବିରୋଧୀମାନଙ୍କ ପ୍ରଶ୍ନ ମଧ୍ୟ କମ୍ ଗୁରୁତ୍ବପୂର୍ଣ୍ଣ ନୁହେଁ— ଯଦି ବିକାଶ ପାଇଁ ଦଳ ବଦଳାଇବା ଆବଶ୍ୟକ, ତେବେ ବିରୋଧୀ ଦଳରେ ଥିବା ଅଞ୍ଚଳଗୁଡ଼ିକ କଣ ବିକାଶର ଅଧିକାର ହରାଇବେ? ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଜନାଦେଶର। ଖଡ଼ିଆଳବାସୀ ଯେଉଁ ପ୍ରତୀକକୁ ଦେଖୁ ଭୋଟ ଦେଇଥିଲେ, ସେହି ପ୍ରତୀକ ଓ ବିଚାରଧାରାର ପ୍ରତିନିଧୂତ୍ର କରିବାର ନୈତିକ ଦାୟିତ୍ବ କଣ ଜଣେ ନିର୍ବାଚିତ ନେତାଙ୍କ ଉପରେ ନାହିଁ? ବାରମ୍ବାର ଦଳ ପରିବର୍ତ୍ତନ କରିବା କି ଲୋକଙ୍କ ବିଶ୍ବାସର ସମ୍ମାନ, ନା ଜନମତକୁ ଅବମୂଲ୍ୟାୟନ କରିବା? ଖଡ଼ିଆଳର ଚା' ଦୋକାନଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ଏବେ ଗୋଟିଏ କଥା ଚର୍ଚ୍ଚା ହେଉଛି”ନେତା ବଦଳିଲେ ଦଳ ବଦଳେ, ନା ଦଳ ବଦଳିଲେ ନେତା?"ଆଜି ଉତ୍କଳ ଗୁପ୍ତାଙ୍କ ଦଳବଦଳ କେବଳ ଜଣେ ନେତାଙ୍କ କାହାଣୀ ନୁହେଁ; ଏହା ଓଡ଼ିଶାରବଦଳୁଥିବା ରାଜନୀତିର ଏକ ପ୍ରତୀକ। ଏବେ ଦେଖୁବାକୁ ବାକି ରହିଲା, ଖଡ଼ିଆଳର ଭୋଟରମାନେ ଏହି ରାଜନୀତିକୁ ବିକାଶର ରଣନୀତି ଭାବେ ଦେଖୁଛନ୍ତି, ନା ଅନ୍ୟ ଉଦ୍ଦେଶ୍ୟ ର ଏକ ନୂଆ ଅଧ୍ୟାୟ ଭାବେ।” ତିନି ବର୍ଷ, ତିନି ଦଳ, ଗୋଟିଏ ନେତା, ଏହା ରାଜନୈତିକ ପରିପକ୍ବତାର କାହାଣୀ, ନା ସୁଯୋଗବାଦର ସବୁଠାରୁ ବଡ଼ ଉଦାହରଣ? ଏହାର ଉତ୍ତର ଦେବେ ଖଡ଼ିଆଳର ଜନତା।"