Hot Posts

6/recent/ticker-posts

ସ୍ୱତନ୍ତ୍ର ସଘନ ତାଲିକା ସଂଶୋଧନ କାର୍ଯ୍ୟକ୍ରମ

ଲଇକେରା, ୨୪/୦୭ ( ନବଦୂତ ) : ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକର ସମ୍ମିଳନୀ କକ୍ଷରେ ଶୁକ୍ରବାର ସ୍ୱତନ୍ତ୍ର ସଘନ ମତଦାତା ତାଲିକା ସଂଶୋଧନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ।ଭାରତ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ମତଦାତା ତାଲିକାକୁ ଅଧିକ ସଠିକ ଓ ଅଦ୍ୟତନ କରିବା ଉଦ୍ଦେଶ୍ୟରେ ଏହି ବିଶେଷ ଅଭିଯାନ ଆୟୋଜନ କରାଯାଇଥିଲା । ଏଥିରେ ନୂତନ ଯୋଗ୍ୟ ମତଦାତାଙ୍କ ନାମ ଅନ୍ତର୍ଭୁକ୍ତ କରିବା, ମତଦାତାଙ୍କ ବିବରଣୀରେ ଥିବା ତ୍ରୁଟି ସଂଶୋଧନ କରିବା, ଠିକଣା ପରିବର୍ତ୍ତନ ଓ ଅଯୋଗ୍ୟ ମତଦାତାଙ୍କ ନାମ ବାଦ୍ ଦେବା ଭଳି କାର୍ଯ୍ୟ ସମ୍ପାଦନ କରାଯାଇଥିଲା । କାର୍ଯ୍ୟକ୍ରମରେ ସର୍ବମୋଟ ପ୍ରାୟ ୩୦୦ ଜଣ ପୁରୁଷ ଓ ମହିଳା ମତଦାତାଙ୍କ ଭୋଟର ପରିଚୟ ପତ୍ର ଏବଂ ମତଦାତା ତାଲିକା ସମ୍ୱନ୍ଧୀୟ ବିଭିନ୍ନ ସଂଶୋଧନ ସମ୍ପନ୍ନ କରାଯାଇଥିଲା ।ଉପସ୍ଥିତ ମତଦାତା ମାନଙ୍କୁ ଆବଶ୍ୟକ ପ୍ରମାଣପତ୍ର ସମ୍ପର୍କରେ ସଚେତନ କରାଯିବା ସହ ନିର୍ବାଚନ ପ୍ରକ୍ରିୟାରେ ସକ୍ରିୟ ଭାଗ ନେବାକୁ ଆହ୍ୱାନ କରାଯାଇଥିଲା ।ଏହି ସଂଶୋଧନ କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଏଲଓ ମାନଙ୍କ ସହ ବ୍ଲକର ବିଭିନ୍ନ ପଦାଧିକାରୀ ଓ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ ।